
II ଆଉ କଣ ବାକି ରଖିଛ II
ଦେଇ ସାରିଛ
ଦରଜ ପାଇଁ ମଲମ
ସାଉଁଳିଆ କଥା କହି
ବୁଝେଇ ସାରିଛ ମୋତେ
ବାକିଥିବା ଆୟୁଷକୁ
ଉପଭୋଗ କରିବାର କଳା
ଶିଖେଇ ସାରିଛ l
ନୀରବରେ ମନେ
ପକେଇବାକୁ ବି
ବାରଣ କରିଛ
ପୁରୁଣା ଫର୍ଦ୍ଦରେ
ଆଶ୍ୱସନାର କାଳି ବୋଳି
ପଢିବାକୁ ବି ଦେଇନ l
ଚିରି ସାରିଥିବା ଚିଠିର
କାଗଜ ଟୁକୁଡ଼ାକୁ
ଯୋଡିବାକୁ ବି
ରାଣ ଦେଇ ମନା କରିଛ l
ଶେଷରେ,
ଦାକ୍ଷିଣା ପବନରେ
ଲିଭି ଆସୁଥିବା ଶେଷ
ସ୍ମୃତିର ଶିଖାକୁ
ଦୁଇ ହାତର ପାପୁଲିରେ
ବଞ୍ଚେଇବାକୁ
ମୋ ପାଇଁ ବାକି ରଖିଛ l
ଡ.ରବିନ୍ଦ୍ର ନାଥ ପାଢୀ,
ପ୍ରାଧ୍ୟାପକ, ଉଦ୍ଭିଦ ବିଜ୍ଞାନ ବିଭାଗ,
ନିମାପଡ଼ା ସ୍ଵୟଂ ଶାସିତ ମହାବିଦ୍ୟାଳୟ














Leave a Reply