ଜଗତସିଂହପୁର:(BT)ଜଗତସିଂହପୁର ଜିଲ୍ଲାପାଳ ଶ୍ରୀ ଜେ. ସୋନାଲଙ୍କ ନିର୍ଦ୍ଦେଶକ୍ରମେ ଏବଂ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀମତୀ ଅନିତା ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ, ଅବକାରୀ ଉପ-ଅଧିକ୍ଷିକା ଆଦ୍ୟାଶା ସ୍ୱାଇଁଙ୍କ ଉପସ୍ଥିତିରେ ଜଗତସିଂହପୁର ଅବକାରୀ ରେଞ୍ଜ ଓ ଅବକାରୀ ଥାନା ପକ୍ଷରୁ ନାଉଗାଁ ଏବଂ ବାଲିକୁଦା ଥାନା ଅଞ୍ଚଳରେ ସ୍ୱତନ୍ତ୍ର ଚଢାଉ କରାଯାଇଛି।
ଏହି ଚଢାଉ ସମୟରେ ବିପୁଳ ପରିମାଣର ଚୋରା ମଦ ଜବତ ହେବା ସହ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।
ନାଉଗାଁ ଥାନା ଅଧୀନ ଅରଖକୁଦ ଗ୍ରାମର ପ୍ରକାଶ ନାୟକ (୫୦)ଙ୍କୁ ଗିରଫ କରାଯାଇ ତାଙ୍କ ନିକଟରୁ ୬୦ ଲିଟର ଚୋରା ଦେଶୀ ମଦ ଜବତ କରାଯାଇଛି। ସେହିପରି ବାଲିକୁଦା ଥାନା ଅଧୀନ ବୋରିକିନା ବଜାରରୁ ନିରଞ୍ଜନ ପରିଡ଼ା (୪୧)ଙ୍କୁ ଗିରଫ କରାଯାଇ ତାଙ୍କ ନିକଟରୁ ୭ ଲିଟର ୩୮୦ ମିଲିଲିଟର ଚୋରା ବିଦେଶୀ ମଦ ଜବତ ହୋଇଛି।
ଦୁଇ ଅଭିଯୁକ୍ତଙ୍କ ବିରୋଧରେ ପୃଥକ ପୃଥକ ମାମଲା ରୁଜୁ କରାଯାଇ ସେମାନଙ୍କୁ ଅଦାଲତ ଚାଲାଣ କରାଯାଇଛି।
ଏହି ଚଢାଉରେ ଜଗତସିଂହପୁର ଅବକାରୀ ରେଞ୍ଜର ଇନ୍ସପେକ୍ଟର ସ୍ମିତା ପଣ୍ଡାଙ୍କ ନେତୃତ୍ୱରେ ଏଏସଆଇ ଶୁଭଦର୍ଶନୀ ସାହୁ, କନଷ୍ଟେବଳ ସବିତା ନାୟକ, ଲକ୍ଷ୍ମୀନାରାୟଣ ମଲ୍ଲିକ, ଅନୁରାଗ ସୂର୍ଯ୍ୟବଂଶୀ ପ୍ରମୁଖ ସାମିଲ ହୋଇଥିଲେ।
ଜଗତସିଂହପୁର ଅବକାରୀ ବିଭାଗର ଏଭଳି କ୍ରିୟାଶୀଳ ପଦକ୍ଷେପ ଦ୍ୱାରା ଜିଲ୍ଲାରେ ବୃଦ୍ଧି ପାଉଥିବା ଚୋରା ମଦ କାରବାର ଉପରେ ଅଙ୍କୁଶ ଲାଗିବ ବୋଲି ସାଧାରଣରେ ଆଶା ପ୍ରକାଶ ପାଉଛି।
ଜଗତସିଂହପୁରରେ ଅବକାରୀ ବିଭାଗର ଚଢାଉ: ବିପୁଳ ପରିମାଣର ଚୋରା ମଦ ଜବତ, ଦୁଇ ଅଭିଯୁକ୍ତ ଗିରଫ।

















Leave a Reply