ନିମାପଡା(BT) ଆଜି ନିମାପଡା ବ୍ଲକ ସଲଙ୍ଗ ପଞ୍ଚାୟତ ଜଅଁରା ଓ ମଠସାହି ଗ୍ରାମରେ ଉତ୍କଟ ପାନୀୟ ଜଳ ସମସ୍ୟା ଥିବାର ଖବର ପାଇବା ପରେ ଆଜି ଉକ୍ତ ଗାଁରେ ପହନଂଚି ବାସ୍ତବ ସ୍ଥିତି ଅନୁଧ୍ୟାନ କରିଛନ୍ତି “ଜାଗ୍ରତ ଯୁବଶକ୍ତି” ସଂଗଠନ ସଂଯୋଜକ ସମୀର ରଞ୍ଜନ ରାଉତରାୟ, ମୁଖ୍ୟ କାର୍ଯ୍ୟ ନିର୍ବାହୀ ବିଜୟାନନ୍ଦ ଦାସ, ମୁଖ୍ୟ ଉପଦେଷ୍ଟା ଅଜୟ କୁମାର ମିଶ୍ର, ଅଜୟ କୁମାର ପଣ୍ଡା ।
ଏହି ଦୁଇଟି ବୃହତ୍ତ ଗ୍ରାମରେ ପ୍ରାୟ ୧୫୦୦ ରୁ ଉର୍ଦ୍ଧ୍ଵ ଲୋକେ ଦୀର୍ଘ ବର୍ଷେ ହେଲା ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଅଧୀନରେ ବିଶୁଦ୍ଧ ପାଣି ଟୋପେ ପାଇବାରୁ ବଂଚିତ ହେଉଛନ୍ତି । ଗ୍ରାମରେ ଭୂତଳ ଜଳସ୍ତର ଭୟଙ୍କର ଭାବେ ହ୍ରାସ ପାଇ ନଳକୂପ ଗୁଡିକ ଅଚଳ ହୋଇପଡିଥିବା ଗ୍ରାମବାସୀଙ୍କ ସହିତ ଆଲୋଚନା ରୁ ଜଣାପଡିଛି । ସ୍ଥାୟୀ ସମାଧାନ ହେବା ପର୍ଯ୍ୟନ୍ତ ଜରୁରୀକାଳୀନ ଭିତ୍ତିରେ ଟ୍ୟାଙ୍କର ଯୋଗେ ଦୁଇ ବେଳା ପାଣି ଯୋଗାଇ ଦେବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

















Leave a Reply