ରାଜ୍ୟ ପାନୀୟଜଳର ଉତ୍କଟ ସମସ୍ୟା ର ସମାଧାନ ପାଇଁ ଗ୍ରାମର ଶତାଧିକ ମହିଳା ରାସ୍ତା ରୋକ କଲେ। bibhutitvodia@gmail.com Jul 19, 2026 0 ନିମାପଡ଼ା ବ୍ଲକ୍ ଅନ୍ତର୍ଗତ ସଲଙ୍ଗ ଗ୍ରାମପଞ୍ଚାୟତର ଜଅଁରା ଗ୍ରାମ ଏକ ବନ୍ୟା, ବାତ୍ୟା ପ୍ରପୀଡିତ ଗ୍ରାମ ଅଟେ।ଏହି ଗ୍ରାମରେ ୫୦୦ ରୁ ଉର୍ଦ୍ଧ ଜନସାଧାରଣ ବସବାସ କରୁଥିବାବେଳେ ଗ୍ରାମରେ ପାନୀୟଜଳ ର ଘୋର ସଙ୍କଟ ଦୀର୍ଘ ବର୍ଷ ଧରି ଲୋକମାନଙ୍କୁ କଲବଲ କରୁଛି। ଉକ୍ତ ଗ୍ରାମକୁ ପାନୀୟଜଳ ଯୋଗାଇବା ନିମନ୍ତେ ଜଳ ପରିମଳ ବିଭାଗର କାର୍ଯ୍ୟନିର୍ବାହୀ ଅଧିକାରୀ,ଵିଡିଓ, ଏବଂ ସ୍ଥାନୀୟ ସରପଞ୍ଚ ଙ୍କୁ ବାରମ୍ବାର ଅବଗତ କରିଆସୁଥିବା ବେଳେ କୈାଣସି ସ୍ଥାୟୀ ସମାଧାନ ନ ହେବାରେ ଗ୍ରାମବାସୀମାନେ ଶେଷରେ ଉପ ମୂଖ୍ୟମନ୍ତ୍ରୀ ଙ୍କୁ ଆପତ୍ତି ଅଭିଯୋଗ କରିଥିଲେ। ଅଦ୍ୟାପି ଏପରି ପାନୀୟଜଳ ର ଉତ୍କଟ ସଙ୍କଟ ସ୍ଥିତିର ସ୍ଥାୟୀ ସମାଧାନ ପାଇଁ ଗ୍ରାମର ଶତାଧିକ ମହିଳା ଗରା ବାଲିଟି କୁ ନିମାପଡ଼ା ଵାମନାଳ ମୂଖ୍ୟ ରାସ୍ତା ଉପରେ ରଖି ଜଅଁରା ଠାରେ ୫ ଘଣ୍ଟା ଧରି ରାସ୍ତାରୋକ କରିଥିଲେ। ଗ୍ରାମର କବିତା ପରିଡା,ସଞ୍ଜୟ ସ୍ୱାଇଁ,ରସାନନ୍ଦ ପରିଡା, ରଶ୍ମି ରଞ୍ଜନ ସ୍ୱାଇଁ,ଉତମ ପରିଡା,ସଞ୍କୁକ୍ତା ନାୟକଙ୍କ ସହିତ ଗ୍ରାମର ଓ୍ୱାର୍ଡସଭ୍ୟ ଗଙ୍ଗାଧର ପରିଡ଼ାଙ୍କ ସମେତ ଶତାଧିକ ମହିଳା ପାନୀୟଜଳ ଯୋଗାଣ ଦାୟୀତ୍ୱରେ ଥିବା ଏସ୍ ଇ ଏମ୍ ଙ୍କୁ ତାଙ୍କର ଅବହେଳା ଏବଂ ବିଭାଗୀୟ ଯନ୍ତ୍ରୀଙ୍କ ର ଖାମଖିଆଲ ନୀତି ବିରୁଦ୍ଧରେ ପୁରୀ ଜିଲ୍ଲାପାଳ ଙ୍କୁ ଲିଖିତ ଜଣାଇଥିଲେ। ଏପରି ସମସ୍ୟାର ସ୍ଥାୟୀ ସମାଧାନ ନହେଲେ ଆଗାମୀ ଦିନରେ ନିମାପଡ଼ା ବ୍ଲକ୍ କାର୍ଯ୍ୟାଳୟ ଘେରାଉ କରାଯିବାକୁ ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି। Advertisement Advertisement Advertisement demanding a solution to the acute #drinking water crisis.Hundreds of #women from the village staged a road blockade
ରାଜ୍ୟ ନିମାପଡ଼ା ମାଟିରେ ଭକ୍ତି, ଆଧ୍ୟାତ୍ମିକତା ଓ ଓଡ଼ିଆ ସଂସ୍କୃତିର ମହାମିଳନ bibhutitvodia@gmail.com Oct 11, 2026
ରାଜ୍ୟ ଉତ୍କଳମଣିଙ୍କ ଜନ୍ମପୀଠ ସୁଆଣ୍ଡୋଠାରେ ଜୟନ୍ତୀ ପାଳିତ: ଶ୍ରଦ୍ଧାଞ୍ଜଳି ଜଣାଇଲେ ପୁରୀ ଜିଲ୍ଲାପାଳ bibhutitvodia@gmail.com Oct 10, 2026
ରାଜ୍ୟ ଜଗତସିଂହପୁର ଅବକାରୀ ବିଭାଗକୁ ସଫଳତ।୫୫ ବୋତଲ କୋଡ଼ିନ କଫ ସିରପ ଓ ବୁଲେଟ ସହ ଯୁବକ ଗିରଫ। bibhutitvodia@gmail.com Oct 9, 2026
ରାଜ୍ୟ JOSH ଟିମ୍’ର ଜାତୀୟ ସ୍ତରୀୟ ଶୁଭାରମ୍ଭ ଏବଂ ଜିଲ୍ଲା ସ୍ତରୀୟ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ bibhutitvodia@gmail.com Oct 9, 2026
ରାଜ୍ୟ ଭାଟବନ୍ଧ ନୋଡାଲ ଉଚ୍ଚ ବିଦ୍ୟାଳୟ ରେ ଉତ୍କଳମଣି ଗୋପବନ୍ଧୁ ଜୟନ୍ତୀ ପାଳନ bibhutitvodia@gmail.com Oct 9, 2026
Leave a Reply Cancel replyYour email address will not be published. Required fields are marked *Comment Name* Email* Save my name, email, and website in this browser for the next time I comment.
ରାଜ୍ୟ ନିମାପଡ଼ା ମାଟିରେ ଭକ୍ତି, ଆଧ୍ୟାତ୍ମିକତା ଓ ଓଡ଼ିଆ ସଂସ୍କୃତିର ମହାମିଳନ bibhutitvodia@gmail.com Oct 11, 2026
Leave a Reply