ଓଡ଼ିଶା କ୍ୟାବିନେଟ୍ର ୪୪ତମ ବୈଠକରେ ୭ଟି ବିଭାଗର ୧୩ଟି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଭୁବନେଶ୍ବରଠାରେ ଆୟୋଜିତ ଏହି ବୈଠକରେ ଗ୍ରାମୀଣ ବିକାଶ ବିଭାଗର ବିଭିନ୍ନ ସଡ଼କ ଓ ସେତୁ ଯୋଜନା ପାଇଁ ୩୧ ହଜାର କୋଟି ଟଙ୍କାରୁ ଅଧୂକ ବ୍ୟୟ ବରାଦକୁ ଅନୁମୋଦନ କରାଯାଇଛି।ଏହି ମେଗା ଯୋଜନା ଅଧୀନରେ ରାଜ୍ୟରେ ହଜାର ହଜାର କିଲୋମିଟର ନୂଆ ସଡ଼କ ନିର୍ମାଣ, ମିସିଂ ଲିଙ୍କର ସଂଯୋଗୀକରଣ ଏବଂ ପୁରୁଣା ସଡ଼କଗୁଡ଼ିକର ଉନ୍ନତିକରଣ କରାଯିବ। ଏହା ସହିତ ୩,୧୬୭ଟି ସେତୁର ନିର୍ମାଣ ଓ ଉନ୍ନତିକରଣ କାର୍ଯ୍ୟ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି।
ଯୋଜନା ଏବଂ ପ୍ରକଳ୍ପ ସମ୍ବନ୍ଧୀୟ ମୁଖ୍ୟ ବିନ୍ଦୁ:
ସଡ଼କ ନିର୍ମାଣ: ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା (MMSY) ଅଧୀନରେ ପ୍ରାୟ ୪,୬୦୦ କିଲୋମିଟରରୁ ଅଧିକ ନୂଆ ସଡ଼କ ନିର୍ମାଣ ଏବଂ ୧୫,୫୦୦ କିଲୋମିଟର ପୁରୁଣା ସଡ଼କର ଉନ୍ନତିକରଣ କରାଯିବ।ସେତୁ ଯୋଜନା: ସେତୁ ବନ୍ଧନ ଯୋଜନାକୁ ୨୦୩୦-୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏଥିରେ ୩,୧୬୭ଟି ନୂଆ ସେତୁ ନିର୍ମାଣ ଓ ରୂପାନ୍ତର କାର୍ଯ୍ୟ ହାତକୁ ନିଆଯିବ।ମିସିଂ ଲିଙ୍କ୍: ବିଭିନ୍ନ ବ୍ଲକ୍ ଓ ଜିଲ୍ଲା ମଧ୍ୟରେ ସଂଯୋଗ ସ୍ଥାପନ ଏବଂ ବାଦ୍ ପଡ଼ିଥିବା ରାସ୍ତା ଗୁଡ଼ିକୁ ଯୋଡ଼ିବା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି।

















Leave a Reply