ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

କୋଭିଡ୍ ପାଇଁ ଓଡିଶା ସୀମାରେ ହାଇଆଲର୍ଟ

କୋଭିଡ୍ ପାଇଁ ଓଡିଶା ସୀମାରେ ହାଇଆଲର୍ଟ। ଆନ୍ଧ୍ରପ୍ରଦେଶରେ କୋଭିଡ୍ ମୃତ୍ୟୁ ପରେ ଓଡିଶା ସୀମାରେ ହାଇଆଲର୍ଟ ପାଇଁ ନିର୍ଦ୍ଦେଶ ଜାରି ରହିଛି। ଆନ୍ଧ୍ର ସୀମାନ୍ତ ଜିଲ୍ଲା ର ସିଡିଏମଓ ମାନଙ୍କୁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶନାମା ଜାରି କରାଯାଇଛି। କୋଭିଡ୍ ଲକ୍ଷଣ ଦେଖାଗଲେ ସନ୍ଦିଗ୍ଧ ଙ୍କର ଟେଷ୍ଟ କରାନ୍ତୁ। ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲରେ କୋଭିଡ୍ ଟେଷ୍ଟ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି। ଓଡିଶାରେ କୋଭିଡ୍ ସତର୍କତା ଅଛି, ସବୁବେଳେ ଟେଷ୍ଟ କରାଯାଉଛି। ଆଗକୁ ରଥଯାତ୍ରା ଥିବାରୁ ନିୟମ ଅନୁସାରେ କୋଭିଡ୍ ଚିକିତ୍ସା ହେବ। ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ରବୀନ୍ଦ୍ରନାଥ ମିଶ୍ରଙ୍କ ପକ୍ଷରୁ ସୂଚନା ମିଳିଛି।ସୂଚନାନୁଯାୟୀ, ଆନ୍ଧ୍ରପ୍ରଦେଶର କଡ଼ପ୍ପା ଜିଲ୍ଲା ରେ କରୋନା ସଂକ୍ରମଣ ଯୋଗୁଁ ୨ ଜଣଙ୍କର ମୃତ୍ୟୁ ଘଟିଛି। ଏହା ବ୍ୟତୀତ ଆଉ ୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ, ଆନ୍ଧ୍ରପ୍ରଦେଶରେ ଦୀର୍ଘ ୪ ବର୍ଷ ପରେ କରୋନା ଜନିତ ମୃତ୍ୟୁର ପ୍ରଥମ ମାମଲା ସାମ୍ନାକୁ ଆସିଛି।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *