ପୁରୀରେ ଶ୍ରୀଜଗନ୍ନାଥଙ୍କ ସମ୍ମାନ ରକ୍ଷା ପାଇଁ ଭକ୍ତମାନେ ରାସ୍ତାକୁ ଓହ୍ଲାଇବା ସହ ଶରଧାବାଲିରୁ ଇସ୍କନର ବହି ଷ୍ଟଲ ହଟାଇ ଦିଆଯାଇଛି। “ଯଦି ଆମ ଜଗନ୍ନାଥ ଓ ଗଜପତିଙ୍କୁ ଅସମ୍ମାନ କଲ, ତେବେ ଠାକୁରଙ୍କ କ୍ଷେତ୍ରରେ ବହି ବିକିପାରିବନି କି କୀର୍ତ୍ତନ କରିପାରିବନି” – ଏହି ଚେତାବନୀପୂର୍ଣ୍ନ ଆହ୍ବାନ ଦେଇ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଥିବା ଇସ୍କନର ବହି ବିକ୍ରୀ କରୁଥିବା ଭ୍ରାମ୍ୟମାଣ ଯାନକୁ ଶହଶହ ଭକ୍ତି ସେଠାରୁ ଫେରାଇ ଦେଇଛନ୍ତି।
ଏହି ଘଟଣାକୁ ନେଇ ଶ୍ରୀଜଗନ୍ନାଥ ଧର୍ମ ସଂସ୍କୃତି ସୁରକ୍ଷା ସଂଗଠନ ଓଡ଼ିଶାର ରାଜ୍ୟ ସଭାପତି ବଦ୍ରି ମିଶ୍ର ଏବଂ ପୁରୀ ବାର ଆସୋସିଏସନର ପ୍ରାକୃନ ସଂପାଦକ ବିଭୂତି ତ୍ରିପାଠୀଙ୍କ ନେତୃତ୍ୱରେ ପୁରୀରୁ ‘ଇସ୍କନ ହଟାଓ’ ଅଭିଯାନ ଆରମ୍ଭ ହୋଇଛି।

















Leave a Reply