ଧଉଳି, (BT) : ବନ ମହୋତ୍ସବ ପାଳନ ଅବସରରେ ଧଉଳି ଚାରୁକଳା ମହାବିଦ୍ୟାଳୟ ପରିସର ଓ ଧଉଳି ପାଦଦେଶରେ ବିଭିନ୍ନ ଫଳ ଓ ଫୁଲଚାରା ରୋପଣ କରାଯାଇଛି। କାର୍ଯ୍ୟକ୍ରମରେ ଧଉଳି ଚାରୁ କଳା ମହାବିଦ୍ୟାଳୟର ଏନଏସଏସ୍ ସ୍ୱେଚ୍ଛାସେବା, ମଦର୍ସ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ବରିଷ୍ଠ ଚିତ୍ରଶିଳ୍ପୀ ଡ.ପଞ୍ଚାନନ ସାମଲ ଛାତ୍ରଛାତ୍ରୀମାନଙ୍କୁ ବୃକ୍ଷରୋପଣ ସମ୍ପର୍କରେ ସଚେତନ କରିଥିଲେ। କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଏନଏସଏସର କର୍ଯ୍ୟନିର୍ବାହୀ ଅଧିକାରୀ ଚନ୍ଦନ କୁମାର ସାମଲ, ସୋମନାଥ ଦାସ ପ୍ରମୁଖ ପରିଚାଳନା କରିଥିଲେ। ଅଧ୍ୟାପକ ଭୂପତି ଭୂଷଣ ପଣ୍ଡା, ସୁବାସ ଚନ୍ଦ୍ର ମୁଦୁଲି, ନିନୁ, କମଳିନୀ, ଉଷା, ଅମୃତା, ଲମ୍ୟା, ଶିବ, ବାପି, ଅନିଲ ଏବଂ ମନୋରଞ୍ଜନ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମକୁ ସଫଳ କରିଥିଲେ I




















Leave a Reply