ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ନିମାପଡ଼ା ସାମ୍ବାଦିକ ସଂଘ ପକ୍ଷରୁ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରାଯାଇଥିଲା।

ଭୁବନେଶ୍ବର ୩/୭ (BT)  ନିମାପଡ଼ା ସମ୍ବାଦିକ ସଂଘର କର୍ମକର୍ତ୍ତା ଙ୍କ ସମେତ  ୧୭ ଜଣ ସଭ୍ୟ ଆଜି ପୂର୍ବାହ୍ନରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ସରକାରୀ ବାସଭବନରେ ସୈାଜନ୍ୟମୂଳକ ସାକ୍ଷାତ କରିଥିଲେ।ଏହି ଅବସରରେ ନିମାପଡ଼ାର ସାମଗ୍ରିକ ବିକାଶ, ଜନସ୍ୱାର୍ଥ ଏବଂ ବିଭିନ୍ନ ଲୋକାଭିମୁଖୀ ସମସ୍ୟାର ସମାଧାନ ଦାବି ନେଇ ସଂଘ ପକ୍ଷରୁ ଏକ ଦାବିପତ୍ର ଉପମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା।ଏହି  ସମୟରେ ଉପମୁଖ୍ୟ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ  ସହିତ   ନିମାପଡ଼ା ସାମ୍ବାଦିକ ସଂଘ ସଭାପତି ଅକ୍ଷୟ କୁମାର ନାୟକ, ସଂପାଦକ ଅଶୋକ ବେହେରା, ଉପ-ସଭାପତି ଅରୁଣ ମହାପାତ୍ର,

ସହ ସଂପାଦକ ଅଜିତ୍ ରଂଜନ ସାହୁ, ଶିଶିର କୁମାର ସ୍ୱାଇଁ, ପରାମର୍ଶ ଦାତା ଚିତ ରଂଜନ ମହାନ୍ତି, କେଦାର ନାଥ ସାହୁ, ସୁକାନ୍ତ କର, ବରିଷ୍ଠ ସାମ୍ବାଦିକ

ରଂଜନ କୁମାର ଦାସ, ରାଜ କିଶୋର ଦାଶ, ସଂଗଠନ ସମ୍ପାଦକ ନିବେଦିତା ମିଶ୍ର, କୋଷାଧ୍ଯ ସାନ୍ତନୁ ମହାନ୍ତି, ଯୋଶେଫ ଲେଙ୍କା, ସିଦ୍ଧାର୍ଥ ଶେଖର,

ଶଶିକାନ୍ତ ତ୍ରିପାଠୀ, ସନ୍ତୋଷ ଦାଶ, ବିବେକାନନ୍ଦ ସେଠୀ, ବିଭୂତି ମହାପାତ୍ର ପ୍ରମୁଖ ସାମ୍ବାଦିକମାନେ  ଏବଂ ଉପମୁଖ୍ୟ ମନ୍ତ୍ରୀଙ୍କ ଅଫିସ ର ପ୍ରଶାସନିକ  ଅଧିକାରୀ ଏବଂ  ସମ୍ବାଦିକ ସଂଘର ସଭ୍ୟମାନେ ଉପସ୍ଥିତ ଥିଲେ।  ନିମାପଡ଼ା ସମ୍ବାଦିକ ସଂଘ ଓୟୁଜେ ସହିତ ରହିବ ବୋଲି ବରିଷ୍ଠ ସମ୍ବାଦିକ ତଥା ସଂଘର  ରାଜ୍ୟ ସଭାପତି ପ୍ରଶନ୍ନ କୁମାର ମହାନ୍ତିଙ୍କୁ ପ୍ରତିଶ୍ରୁତି  ସଭାପତି ଅକ୍ଷୟ ନାୟକ  ଓ ଉପସଭାପତି ଅରୁଣ ପ୍ରାସାଦ ମହାପାତ୍ର ପ୍ରତିଶ୍ରୁତି ଦେଇଛନ୍ତି |

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *