ପୁରୀ ( BT) : ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ରେ ଜନସାଧାରଣ ଅସ୍ତବ୍ୟସ୍ତ ଉଛନ୍ତି। ଏହାକୁ ନଜରରେ ରଖୀ ପୁରୀ ଜିଲ୍ଲା ଭାରତ ସ୍କାଉଟ ଓ ଗାଇଡ, ରୋଭର୍ ରେଞ୍ଜର ତରଫରୁ ଜଳଦାନ ସେବା ଶି ବି ର ବଡ଼ ଦାଣ୍ଡ ସ୍ଥିତ ବଳଗଣ୍ଡି ସରକାରୀ ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଉଦଘାଟିତ ହୋଇଯାଇଛି । ଉକ୍ତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଦୀପକ କୁମାର ପାଢ଼ୀ ଯୋଗଦାନ କରି କାର୍ଯ୍ୟକ୍ରମକୁ ଶୁଭ ଉଦ୍ଘାଟନ କରିଥିଲେ। ଶିବିରକୁ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଜନସାଧାରଣଙ୍କୁ ସକାଳ ୯ଟା ଠାରୁ ଦିନ ୩.୩୦ ପର୍ଯ୍ୟନ୍ତ ସେବା ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି। ଏହି ଶିବିରରେ ବିଶେଷ କରି ଶିକ୍ଷକ, ଶିକ୍ଷୟିତ୍ରୀ ଓ ବିଭିନ୍ନ ଉଚ୍ଚ ବିଦ୍ୟାଳୟର ସ୍କାଉଟ୍ ଓ ଗାଇଡ୍ ମାନେ ସେବା ପ୍ରଦାନ କରି ସେମାନଙ୍କର ସେବା ମନୋଭାବକୁ ପ୍ରତିପାଦନ କରିବେ। ଏହି କାର୍ଯ୍ୟକ୍ରମର ସଫଳ ପରିଚାଳନା ପାଇଁ ଜିଲ୍ଲା ସ୍କାଉଡ ଆଣ୍ଡ ଗାଇଡ ଉପସଭାପତି ପ୍ରଦ୍ୟୁମ୍ନ କୁମାର ମିଶ୍ର, ଜିଲ୍ଲା ଗାଇଡ କମିଶନର ଶ୍ରୀମତୀ ରୂପଶ୍ରୀ ଛୋଟରାୟ, ଜିଲ୍ଲା ସଚିବ ମହେନ୍ଦ୍ର କୁମାର ବିଶ୍ଵାଳ, ଗାଇଡ ସାଙ୍ଗଠନିକ କମିଶନର ଶ୍ରୀମତୀ ମିନାକ୍ଷୀ ମିଶ୍ର, ରେଞ୍ଜର ଆରତୀ ମହାନ୍ତି, ଗାଇଡ ଟ୍ରେନିଂ କମିଶନର ମନୋରମା ଷଡଙ୍ଗୀ, ଗାଇଡ କ୍ୟାପଟେନ ସସ୍କୃ ତା ରାଉତରାୟ, ଗାଇଡ୍ କ୍ୟାପଟେନ ଭାଗ୍ୟଶ୍ରୀ ସେଠୀ, ପ୍ରଭାସିନୀ ତ୍ରିପାଠୀ, ଜିଲ୍ଲା ସାଂଗଠନିକ କମିଶନର ଦେବାଶିଷ ମିଶ୍ର, ରୋଭର୍ ଲିଡର ରାଜେନ୍ଦ୍ର ନାରାୟଣ ହରିଚନ୍ଦନ, ସୂର୍ଯ୍ୟ ନାରାୟଣ ମହାପାତ୍ର, ପ୍ରଶାନ୍ତ କୁମାର ମୁଦୁଲି, ରେଖା ମାନସିଂ,କବ ମାଷ୍ଟର ଶିବ ନାରାୟଣ ଭଟ୍ଟ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି ସେବା ଶିବିରକୁ ସହରରେ ଥିବା ସମସ୍ତ ସ୍କାଉଟ୍ ମାଷ୍ଟର, ଗାଇଡ କ୍ୟାପଟେନ ଓ ରୋଭର ରେଞ୍ଜର ମାନେ ସେବା ପ୍ରଦାନ କରିବେ ।
ପୁରୀ ଜିଲ୍ଲା ଭାରତ ସ୍କାଉଟସ୍ ଓ ଗାଇଡ଼ସ ତରଫରୁ ଜଳଦାନ ସେବା ଶିବିର


















Leave a Reply