ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ଆଗକୁ ନିମାପଡା ଅଞ୍ଚଳ ରେ ପାଣି ମିଳିବ ନାହିଁ।

ନିମାପଡା[BT] ନିମାପଡାର ଜୀବନ ଧାରା କୁଶଭଦ୍ରା ନଦୀ ରେ ଆଉ ପାଣି ନାହିଁ। ଉପର ମୁଣ୍ଡରେ ନଦୀ ପୋତିହୋଇ ପଡ଼ିବାରୁ ନଦୀରେ ଆଉ ପାଣି ଆସୁନାହିଁ। ଏହାର ବଡ ପ୍ରଭାବ କୃଷକ ମାନଙ୍କ ଉପରେ ଓ ନିରୀହ ଜୀବଜନ୍ତୁ ଯେଉଁମାନେ କି ନଦୀ ଉପରେ ନିର୍ଭର ଓ ଚଳୁଥିବା ଲୋକମାନେ ଙ୍କ ଉପରେ।   କୁଶଭଦ୍ରା ନଦୀ ର ସାମ୍ପ୍ରତିକ ସ୍ଥିତି ସମୀକ୍ଷା ଅବସରରେ ବିଜିପୁର ଗାଁ ନିକଟରେ ନଈ କୂଳରେ ପହଂଚିଥିଲେ “କୁଶଭଦ୍ରା ବଞ୍ଚାଅ ଅଭିଯାନ” ର ନେତୃମଣ୍ଡଳୀ ଆବାହକ ଆଦର୍ଶ ଦାଶ, ସଂଯୋଜକ ସମୀର ରଞ୍ଜନ ରାଉତରାୟ, ମୁଖ୍ୟ ଉପଦେଷ୍ଟା ଅଜୟ କୁମାର ମିଶ୍ର, କାର୍ଯ୍ୟକାରୀ ସମିତି ମୁଖ୍ୟ ରଞ୍ଜିତ ରଥ, ଅଜୟ କୁମାର ପଣ୍ଡା । ନଈ ପଠାରେ ଚାଷୀ ଓ ଗୋପାଳକ ମାନଙ୍କ ଠାରୁ ନଦୀ ସମସ୍ୟା ସମ୍ପର୍କିତ ବିଭିନ୍ନ ବିଷୟରେ ଆଲୋଚନା କରାଯାଇଛି। ନଈ, କେନାଲ ଶୁଖିଲା ପଡିବା ଯୋଗୁଁ ଗୋସମ୍ପଦ ଙ୍କ ପାଇଁ ଉତ୍କଟ ଜଳାଭାବ, କ୍ଷେତ ରେ ଫସଲ ପାଇଁ ପାଣି ଅଭାବ ହେତୁ ଫସଲହାନି ଓ ଚାଷ କାର୍ଯ୍ୟ ଭୟଙ୍କର ଭାବେ ପ୍ରଭାବିତ ହୋଇ କୃଷି ଓ ପଶୁସମ୍ପଦ ଜନିତ ଅର୍ଥନୀତି ଆଗାମୀ ସମୟରେ ଆହୁରି ଦୁର୍ବଳ ହୋଇପଡିବାର ଆଶଙ୍କା ରହିଛି ।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *