ନିମାପଡା ( BT)କୁଶଭଦ୍ରା ବଞ୍ଚାଅ ଅଭିଯାନ କୁ ଆଗେଇ ନେଇ ଆଜି କୁଷଭଦ୍ରା କୂଳରେ ଥିବା ଡେଣୁଅବସ୍ତ ପାଖ ନଈ ପଠାରେ ପହଂଚି ଚାଷୀ ଭାଇମାନଙ୍କୁ ଭେଟିଛନ୍ତି କୁଶଭଦ୍ରା ବଞ୍ଚାଅ ଅଭିଯାନ ର ଆବାହକ ଆଦର୍ଶ ଦାଶ, ସଂଯୋଜକ ସମୀର ରଞ୍ଜନ ରାଉତରାୟ, ଉପଦେଷ୍ଟା ସମିତି ମୁଖ୍ୟ ଅଜୟ କୁମାର ମିଶ୍ର, ଅଜୟ କୁମାର ପଣ୍ଡା । ଜଳଶୁନ୍ୟ କୁଶଭଦ୍ରା ଯୋଗୁଁ ଚାଷ କାର୍ଯ୍ୟ କ୍ଷତିଗ୍ରସ୍ତ, ବନ୍ୟା ଅଭାବରୁ ପଟୁ ନ ପଡି ମାଟିର ଉର୍ବରତା ହ୍ରାସ, ଚାଷୀ ଓ ଚାଷ ସଂଖ୍ୟା କ୍ରମାଗତ ଭାବେ କମି ଚାଲିଥିବାରୁ ଅଂଚଳର କୃଷିଭିତ୍ତିକ ଅର୍ଥନୀତି ଦୁର୍ବଳ ହେବା ଭଳି ପ୍ରସଙ୍ଗ କୁ ନେଇ ଚାଷୀ ମାନଙ୍କ ସହିତ ଆଲୋଚନା କରାଯାଇଥିଲା ।
ଅଭିଯାନ ର ବିଭିନ୍ନ ଜନାଭିମୁଖୀ କାର୍ଯ୍ୟକ୍ରମ ବିଷୟରେ ଚାଷୀ ଭାଇମାନଂକୁ ଅବଗତ କରାଯାଇଥିଲା । କୁଶଭଦ୍ରା ବଞ୍ଚାଅ ଅଭିଯାନ ର ସଫଳତା କାମନା କରି ଡେଣୁଅ ପଞ୍ଚାୟତ ଚାଷୀ ମାନେ ଦାବି କରିଛନ୍ତି:- ଅତିଶୀଘ୍ର ବାଲିଅନ୍ତା ଠାରେ କୁଶଭଦ୍ରା ଉପରମୁଣ୍ଡ ଖନନ କରାଯାଉ, ନଦୀରେ ବର୍ଷତମାମ ଜଳ ପ୍ରବାହ ହେଉ, କୁଶଭଦ୍ରା ଚିରସ୍ରୋତା ହେଉ ।
କୁଶଭଦ୍ରା କୁ ବଂଞ୍ଚାଇବା ପାଇଁ ଯେଉଁ ସଂଗ୍ରାମ ଚାଲିଛି ସେ ଥିରେ ଚାଷୀଭାଈ ମାନଙ୍କ ସହଯୋଗ ଅତ୍ୟନ୍ତ ଜରୁରୀ

















Leave a Reply