ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ ଙ୍କ ଶ୍ରାଦ୍ଧ ଦିବସ କୁ ନିମାପଡ଼ାରେ ‘ ପ୍ରେରଣା ଦିବସ’ ଭାବେ ପାଳନ କରାଯାଇଛି।

ନିମାପଡ଼ା, ୧୪/୫ (BT) ଓଡ଼ିଶା ର ମହାନ୍ ସ୍ୱାଧୀନତା ସଂଗ୍ରାମୀ ପୂର୍ବତନ ରାଜ୍ୟ ସଭା ସାସଂଦ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ ଙ୍କ ଶ୍ରାଦ୍ଧ ଦିବସ କୁ ଆଜି ନିମାପଡ଼ାରେ ‘ନିମାପଡ଼ା ପ୍ରେରଣା ଦିବସ’ ଭାବେ ପାଳନ କରାଯାଇଛି। ଶହୀଦ୍ ସ୍ମୃତି ସଂସଦ ଆନୁକୂଲ୍ୟରେ ଅନୁଷ୍ଠିତ ଉତ୍ସବରେ। ଭବାନୀ ପଟ୍ଟନାୟକ ସେବା ପୁରସ୍କାର ୨୦୨୬ ଗୋପ ବ୍ଲକର ଉତ୍ସର୍ଗ ନାମକ ସଙ୍ଗଠନକୁ କୁ ଦିଆଯାଇଛି। ଏହି ଅବସରରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଟିତ ହୋଇଥିଲା , ଚିତ୍ରାଙ୍କନ ରେ ୧୦୦ ରୁ ଉର୍ଦ୍ଦ ଛାତ୍ର ଛାତ୍ରୀ ଭାଗ ନେଇ ଥିଲେ । ସେମାନଙ୍କ ମଧ୍ୟରୁ ୭ ଜଣ କୃତି ପ୍ରତିଯୋଗିଙ୍କୁ ପୁରଷ୍କୃତ କରାଯାଇଥିଲା। ମୁଖ୍ୟବକ୍ତାଭାବେ ସାହିତ୍ୟିକ ଦାଶ ବେନହୁର ଯୋଗଦେଇ ସ୍ବର୍ଗତ ଭବାନୀ ବାବୁ ଙ୍କ ସ୍ବାଧୀନତା ଆନ୍ଦେଳନରେ ଯୋଗଦେବା ଠାରୁ ଆରମ୍ଭକରି ରାଜନୈତିକ ଜୀବନ ବିଷୟରେ ଆଲୋଚନା କରିଥିଲେ।ଶହୀଦ ସ୍ମୃତି ସଂସଦର ସଭାପତି ସମୀର ରଞନ ଦାଶ ଭବାନୀ ବାବୁ ଙ୍କ ସରଳ ଜୀବନ ଶୈଳୀ ବିଷୟରେ ଓ ସ୍ବାଧୀନତା ଆନ୍ଦେଳନ ସମୟରେ ବ୍ରିଟିସ ସରକାର ତାଙ୍କୁ କାରଗାରକୁ ପଠାଇଥିଲେ। ସେ ତିନିଥର ରାଜ୍ୟ ସଭା ସଂସଦ ଥିଲେ। ସଂପାଦକ ଡ଼ା. ବେଣୁଧର ସେନାପତି ଭବାନୀବାବୁ କଳିଙ୍ଗ ଫାଉଣ୍ଡେସନ ଟ୍ରଷ୍ଟ ଠାରୁ ଆରମ୍ଭ କରି ନିମାପଡ଼ା ଶହୀଦ୍ ସ୍ମୃତି ସଂସଦ ପର୍ଯ୍ୟନ୍ତ ପ୍ରାୟ ୫୦ ରୁ ଉର୍ଦ୍ଧ୍ୱ ଅନୁଷ୍ଠାନ ରେ ସେ ସଭାପତି ଭାବେ କାର୍ଯ୍ୟ କରି ଆସିଥିଲେ। ତାଙ୍କରି ପ୍ରଚେଷ୍ଟା ରେ ସେତେବେଳର ପ୍ରଧାନ ମନ୍ତ୍ରୀ ଜବାହାରଲାଲ ନେହରୁ, ଇନ୍ଦିରାଗାନ୍ଧୀ, ବିଜୟ ଲକ୍ଷ୍ମୀ ପଣ୍ଡିତ ଓ ପାମେଲା ମାଉଣ୍ଟବ୍ୟାଟନ ଙ୍କ ଭଳି ବ୍ୟକ୍ତି ଆସି ଏହି ଶହୀଦ୍ ସ୍ମୃତି ସଂସଦ କୁ ଉଦଘାଟନ କରି ନିମାପଡ଼ା କୁ ଗୌରବାନ୍ୱିତ କରିଛନ୍ତି ବୋଲି କହିଥିଲେ।ଶିକ୍ଷାବିତ୍ ଶ୍ରୀ ଯୋଗେନ୍ଦ୍ର ଚନ୍ଦ୍ର ମିଶ୍ର ନିମାପଡ଼ାର ପ୍ରା୍ୟ ଶିକ୍ଷା ଅନୁଷ୍ଠାନ ତାଙ୍କର ହାତ ଗଢା ହୋଇଛି ବୋଲି ମନେ ପକାଇଥିଲେ। ଜୀବନାନନ୍ଦ ମହାପାତ୍ର ଧନ୍ୟବାଦ ଦେଇଥିଲେ।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *