ନିମାପଡ଼ା, (BT) ୯/୫ : ନିମାପଡ଼ା ଥାନା ନିକଟରେ ଥିବା ପତିତପାବନ ପାଟଣାରେ ଏକ ଦୁଃଖଦ ଘଟଣା ଘଟିଛି। ଜୈନିକ ଯୁବକ ତଥା ପ୍ରଥମ ବର୍ଷର ମେଡିକାଲ ଛାତ୍ର ବରେନ୍ଦ୍ର କୁମାର ସାହୁ (୩୨) ନିଜ ଶୋଇବା ଘରେ ଓଢଣୀକୁ ତଣ୍ଟିରେ ବାନ୍ଧି ସିଲିଂରେ ଝୁଲି ଆତ୍ମହତ୍ୟା କରିଥିବା ଜଣାପଡିଛି।
ମଧ୍ୟାହ୍ନ ସମୟରେ ଘରର କବାଟ ନଖୋଲିବାରୁ ପରିବାର ଲୋକ ସନ୍ଦେହ କରି ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲା। ଡାକ୍ତର ପରୀକ୍ଷା କରି ବରେନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ।
ମୃତ ବରେନ୍ଦ୍ର ବିବାହିତ ଥିଲେ ଏବଂ ତାଙ୍କର ଚାରି ବର୍ଷର ଗୋଟିଏ ପୁଅ ଅଛି। ତାଙ୍କ ସ୍ତ୍ରୀ ବେଙ୍ଗାଲୁରୁରେ ଚାକିରି କରୁଥିବାବେଳେ ସେ ସେଠାରେ ରହୁଥିଲେ। ବରେନ୍ଦ୍ର ଜଣେ ମେଧାବୀ ଛାତ୍ର ଭାବେ ପରିଚିତ ଥିଲେ। ଡାକ୍ତର ହେବାର ଲକ୍ଷ୍ୟ ନେଇ ସେ ୫ରୁ ୬ ଥର ନିଟ୍ ପରୀକ୍ଷା ଦେଇ ଶେଷରେ ୨୦୨୫ ମସିହାରେ ସଫଳତା ହାସଲ କରିଥିଲେ। ସେ ଯାଜପୁର ମେଡିକାଲ କଲେଜରେ ପ୍ରଥମ ବର୍ଷରେ ପାଠ ପଢୁଥିଲେ।
ସାଙ୍ଗମାନଙ୍କ କହିବା ଅନୁସାରେ, ଗତ ଦୁଇମାସ ଧରି ସେ ସେମିଷ୍ଟାର ପରୀକ୍ଷା ନଦେଇ ଘରକୁ ଫେରି ଆସିଥିଲେ ଏବଂ ମାନସିକ ଚାପ ଓ ବିଶାଦରେ ରହୁଥିଲେ। କେତେକ ସହପାଠୀ ତାଙ୍କ ବୟସକୁ ନେଇ ଟାହି-ଟାପରା କରୁଥିବା କଥା ମଧ୍ୟ ଶୁଣିବାକୁ ମିଳୁଛି।
ବରେନ୍ଦ୍ର “ବରି ସାର” ନାମରେ ଛାତ୍ରମହଳରେ ବେଶ ପରିଚିତ ଥିଲେ। ସେ ୟୁଟ୍ୟୁବରେ ଏକ ଶିକ୍ଷାମୂଳକ ଚ୍ୟାନେଲ ଚାଳାଇ ଶହଶହ ଛାତ୍ରଛାତ୍ରୀଙ୍କୁ ପାଠ ପଢାଉଥିଲେ। କିଛିଦିନ ପୂର୍ବରୁ ସେ ନିମାପଡ଼ାର ପତିତପାବନ ପାଟଣାରେ ଏକ କୋଚିଂ ସେଣ୍ଟର ମଧ୍ୟ ଆରମ୍ଭ କରିଥିଲେ।
ପୁଲିସ ଶବକୁ ଜବତ କରି ଅପମୃତ୍ୟୁ ମାମଲା ରୁଜୁ କରିଛି ଏବଂ ବ୍ୟବଚ୍ଛେଦ ପାଇଁ ପଠାଇଛି। ପାରିବାରିକ ଜୀବନ ଓ ମାନସିକ ଅବସ୍ଥା ସମ୍ପର୍କରେ ତଦନ୍ତ ଚାଲିଥିବାବେଳେ ତାଙ୍କ ସ୍ତ୍ରୀ ଓ ପୁଅଙ୍କ ଆସିବାକୁ ପୁଲିସ ଅପେକ୍ଷା କରିଛି।
ବରେନ୍ଦ୍ରଙ୍କ ମୃତ୍ୟୁ ସଂବାଦ ପ୍ରସାରିତ ହେବା ପରେ ଶହଶହ ସାଙ୍ଗସାଥୀ, ଛାତ୍ରଛାତ୍ରୀ ଓ ଶୁଭେଚ୍ଛୁମାନେ ଡାକ୍ତରଖାନାରେ ପହଞ୍ଚି ଶେଷ ଦର୍ଶନ କରିଥିଲେ। ଜଣେ ପ୍ରତିଭାଶାଳୀ ଓ ମେଧାବୀ ଛାତ୍ରଙ୍କ ଏଭଳି ଅକାଳ ମୃତ୍ୟୁ ସମଗ୍ର ଅଞ୍ଚଳରେ ଶୋକର ଛାୟା
ନିମାପଡ଼ାରେ ମେଧାବୀ ମେଡିକାଲ ଛାତ୍ରଙ୍କ ଆତ୍ମହତ୍ୟା, ଅଞ୍ଚଳରେ ଶୋକର ଛାୟା

















Leave a Reply