ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ଆଜି ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ର ୯୦ ବର୍ଷ ପୂର୍ତ୍ତି ଅବସରରେ ନିମାପଡା ରେ ଏକ ସ୍ୱାଭିମାନ ପଦଯାତ୍ରା

ନିମାପଡା (BT) ଆଜି ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ର ୯୦ ବର୍ଷ ପୂର୍ତ୍ତି ଅବସରରେ ନିମାପଡା ରେ ଏକ ସ୍ୱାଭିମାନ ପଦଯାତ୍ରା ଆୟୋଜନ କରାଯାଇଥିଲା । ସକାଳ ୬ ଘଟିକାରେ ପୂର୍ଣ୍ଣେଶ୍ୱର ମହାଦେବଙ୍କୁ ପୂଜାର୍ଚନା ପରେ ନିମାପଡା ଅଂଚଳର ଯୁବ ସଂଗଠକ ଆଦର୍ଶ ଦାଶ ଙ୍କ ନେତୃତ୍ୱ ରେ ଙ୍କ ଦେବୀ ମଣ୍ଡପ ଠାରୁ ଏକ ବିଶାଳ ପଦଯାତ୍ରା ବାହାରି ମହାତ୍ମାଗାନ୍ଧୀ, ବିଜୁ ପଟ୍ଟନାୟକ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାଶ, ଶହୀଦ ଉଛବ ମଳିକ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ ପରେ ଘଣ୍ଟ ମାଦଳ, ଯୋଡି ଶଙ୍ଖ ଦଳ ସହିତ ବଜାର ପରିକ୍ରମା ପରେ ଦୋଳବେଦୀ ଛକରେ ଶତାଧିକ ପାଇକ ଦଳ ଙ୍କ ଦ୍ୱାରା ଚିତାକର୍ଷକ ପାଇକ ଆଖଡ଼ା ପ୍ରଦର୍ଶନ କରାଯାଇଥିଲା । ସ୍ୱାଧୀନତା ସଂଗ୍ରାମୀ ମୋହନ ଦାସ ଙ୍କ ପ୍ରତିମୂର୍ତ୍ତି ରେ ଶ୍ରଦ୍ଧା ସୁମନ ଅର୍ପଣ ପରେ ସମବେତ ଜନତା ଙ୍କ ଉପସ୍ଥିତି ରେ ସାମୁହିକ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। ଏହାପରେ ବରିଷ୍ଠ ନେତୃତ୍ୱ ବିଜୟାନନ୍ଦ ଦାସ ଙ୍କ ଦ୍ୱାରା ପରିଚାଳିତ ସଭାର ସମ୍ମାନିତ ଅତିଥି ଭାବେ ଜ୍ୟୋଷ୍ଣାରାଣୀ ବସ୍ତିଆ, ପ୍ରସନ୍ନ କୁମାର ପତି, ସଚିକାନ୍ତ ସାହୁ, ରଞ୍ଜିତ ରଥ, ଭକ୍ତ ବିହାରୀ ମିଶ୍ର, ଆର୍ତ୍ତବନ୍ଧୁ ସେନାପତି, ପ୍ରଣବ କୁମାର ସ୍ୱାଇଁ, ଅଜୟ କୁମାର ମିଶ୍ର ଯୋଗେଶ ଚନ୍ଦ୍ର ମିଶ୍ର, ରବୀନ୍ଦ୍ର କୁମାର ପାଢ଼ୀ, ଜ୍ୟୋଷ୍ଣାରାଣୀ ବସ୍ତିଆ, ବସନ୍ତ କୁମାର ମହାନ୍ତି, ପ୍ରଶାନ୍ତ କୁମାର ସାହୁ, କୃଷ୍ଣଚନ୍ଦ୍ର ପାତ୍ର, ବିଶ୍ୱଜିତ ବେହେରା, ସ୍ମୃତି ରଞ୍ଜନ ଓଝା, ଆୟୁଷ ସାହୁ ଆଦ୍ୟାଂଶୁ ଦାଶ, ସୌମ୍ୟ ରଞ୍ଜନ ଦାଶ ଙ୍କ ସମେତ ହଜାର ରୁ ଉର୍ଧ୍ଵ ଜନତା ଯୋଗ ଦେଇ ଭବ୍ୟ ଉତ୍କଳ ଦିବସ ସମାରୋହ କୁ ମହିମା ମଣ୍ଡିତ କରିଥିଲେ । ପରିଶେଷରେ ଉତ୍କଳ ଦିବସ ଆୟୋଜନ ସମିତି ସଂଯୋଜକ ସମୀର ରଞ୍ଜନ ରାଉତରାୟ କାର୍ଯ୍ୟକ୍ରମ ରେ ସହଯୋଗ କରିଥିବା ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ନିମାପଡା ମାଟିରେ ଆଗାମୀ ସମୟରେ ସ୍ୱାଭିମାନୀ ଜନତା ଙ୍କୁ ନେଇ ଆହୁରି ବ୍ୟାପକ ଢଙ୍ଗରେ ଉତ୍କଳ ଦିବସ ପାଳନ କରାଯିବା ଲାଗି ଦୃଢୋକ୍ତି ପ୍ରକାଶ କରିଥିଲେ ।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *