ନିମାପଡା , ଓଡ଼ିଆ ଜୀବନରେ ଏହା କେବଳ ଏକ ଖାଦ୍ୟ ନୁହେଁ, ଏହା ଏକ ଭାବନା, ଏକ ପରିଚୟ ଓ ଏକ ଆବେଗ । ପଖାଳକୁ ଓଡ଼ିଆ ଜାତିର ଆତ୍ମାର ସ୍ୱାଦ ମଧ୍ୟ କୁହାଯାଏ । ଏପରିକି ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ମଧ୍ୟ ପଖାଳ ଭୋଗ ଲାଗେ, ଯାହା ଏହାର ସାମ୍ପ୍ରଦାୟିକ ଓ ଧାର୍ମିକ ଗୁରୁତ୍ୱକୁ ଆଉ ବଢ଼ାଇଦିଏ ।
ଏହି ପରମ୍ପରାକୁ ବିଶ୍ୱସ୍ତରରେ ପହଞ୍ଚାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମାର୍ଚ୍ଚ ୨୦ରେ ବିଶ୍ୱ ପଖାଳ ଦିବସ ପାଳନ କରାଯାଉଛି । ୨୦୧୧ରୁ କିଛି ଓଡ଼ିଆ ଓ ସ୍ୱେଚ୍ଛାସେବୀ ସଂଗଠନଙ୍କ ପ୍ରୟାସରେ ଏହାର ଆରମ୍ଭ ହୋଇଥିଲା । ପରେ ଏହା ବିଶ୍ୱବ୍ୟାପୀ ଓଡ଼ିଆମାନଙ୍କ ମଧ୍ୟରେ ବିପୁଳ ସମର୍ଥନ ପାଇଥିଲା । ବିଶେଷକରି ୨୦୧୫ରେ ସୋସିଆଲ୍ ମିଡିଆରେ ଏହା ବେଶ୍ ଟ୍ରେଣ୍ଡ୍ ହୋଇଥିଲା, ଯାହା ପରେ ଏହା ଅଘୋଷିତ “ପଖାଳ ଦିବସ” ଭାବେ ପରିଚିତ ହେଲା ।
ଆଜି ନିମାପଡା ରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବିଶ୍ଵ ପଖାଳ ଦିବସ ପାଳିତ ହୋଇଯାଇଛି।
ନିମାପଡ଼ା ପ୍ରେସ କ୍ଲବ ତରଫୁରୁ ନିକଟ ସାଇ ଲୋଟସ ମଣ୍ଡପ ଠାରେ ବିଶ୍ଵ ପଖାଳ ଦିବସ ପାଳିତ ହୋଇଯାଇଛି। ଏଥିରେ ସଭାପତି ଙ୍କ ସମେତ ନିମାପଡା ର ବହୁ ସମ୍ମାନନୀୟ ଅତିଥି ମନେ ଯୋଗଦେଇ ପଖାଳ ଖାଇଲେ ଥିଲେ। ନିମାପଡା ଓ ଗୋପ ର ବିଜେଡି ଦଳ ପକ୍ଷରୁ ନିମାପଡ଼ା ଟାଉନ ହଲ ଠାରେ ବିଶ୍ଵ ପଖାଳ ଦିବସ ପାଳନ କରାଯାଏ ଅଛି। ଏଥିରେ ବିଜେଡ଼ି ର ବହୁ ଆଗଧାଡିର ନେତା ଓ କର୍ମୀ ଉପସ୍ଥିତ ରହି ପଖାଳ ଖାଇଲେ । ପିଙ୍ଗଳାକ୍ଷୀ ପବ୍ଲିକ ୱେଲଫେୟାର ଅର୍ଗାନାଇଜେସନ ଓ ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ DAV ସ୍କୁଲ ଠାରେ ବିଶ୍ଵ ପଖାଳ ଦିବସ ପାଳିତ ହୋଇଯାଇଛି। ଏହା ସହିତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବିଶ୍ଵ ପଖାଳ ଦିବସ ପାଳନ କରାଯାଇଛି।

















Leave a Reply