ନିମାପଡା, ୬/୩( BT) : ସରକାରୀ ଜମି ଜବର ଦଖଲରେ ଥିବା ୫୦ରୁ ଉଦ୍ଧ ବେଆଇନ ଘର ଏବଂ ଦୋକାନ ଗୃହ ଆଜି ନିମାପଡ଼ା ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି।ସୂଚନାନୁଯାୟୀ କୁଶଭଦ୍ରା ନଦୀ ତଟସ୍ଥ ନିମାପଡ଼ା ଗୋପ ଓ ନିମାପଡ଼ା କାକଟପୁର ମୁଖ୍ୟରାସ୍ତା ପାର୍ଶ୍ବ ଗୋଲେଇ ଛକ ଠାରେ ବହୁଦିନରୁ ସରକାରୀ ଜମି ଦଖଲକରି ବ୍ୟବସାୟ କରୁଥିବା ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଦୋକାନ ଗୃହ ଗୁଡିକୁ ବୁଲଡୋଜର ସାହାଯ୍ୟରେ ଭାଙ୍ଗି ଦିଆଯାଇଛି। ରାସ୍ତାକୁ ମାଡ଼ି ଦୋକାନ ଗୃହ ଥୂବାଯୋଗୁଁ ବହୁବାର ଦୁର୍ଘଟଣା ଘଟିବା ସହ ଅନେକ ସମୟରେ ଟ୍ରାଫିକ ସମସ୍ୟା ଉପୁଜୁଥିଲା। ଏଥିସହ ମୁଖ୍ୟରାସ୍ତା ସମ୍ପ୍ରସାରଣ ତଥା ୪ ଲେନ୍ ରାସ୍ତା ନିର୍ମାଣ ପାଇଁ ଜାଗାର ଆବଶ୍ୟକତା ଥିବାରୁ ରାସ୍ତାକଡ଼ରେ ଥିବା ଜବରଦଖଲକୁ ଉଚ୍ଛେଦ କରାଯାଇଛି ବୋଲି ନିମାପଡ଼ା ତହସିଲଦାର ମନୋଜ ପ୍ରଧାନ କହିଛନ୍ତି । ଉଚ୍ଛେଦ ସମୟରେ ତହସିଲଦାର ମନୋଜ ପ୍ରଧାନଙ୍କ ସମେତ ଅତିରିକ୍ତ ତହସିଲଦାର ନିରଞ୍ଜନ ନାୟକ, ପୂର୍ତ୍ତବିଭାଗ ସହକାରୀ ଯନ୍ତ୍ରୀ ଅମିତାଭ ମଲ୍ଲିକ, ପୋଲିସ ଏସଆଇ ଦିଲ୍ଲୀପ ପଣ୍ଡାଙ୍କ ସମେତ ନିମାପଡ଼ା ପୋଲିସର ବରିଷ୍ଠ ଅଧୂକାରୀ ମାନେ ଉପସ୍ଥିତ ଥିଲେ । ଏଥିସହିତ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।
ଠିକ୍ ଅଛି ରାସ୍ତା ହେବ । କିନ୍ତୁ ଏ ଯେଉ ୫୦ ପରିବାର ର ଆର୍ଥିକ ସ୍ଥିତି ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏବେ ଏମାନେ କରିବେ କଣ ? ଏ ବିଷୟରେ ଚିନ୍ତା କରିବ କିଏ?

















Leave a Reply