ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ନ୍ୟାସନାଲ ହ୍ୟୁମାନ ରାଇଟ୍ସ ସୋସିଆଲ ଜଷ୍ଟିସ କାଉନସିଲ ଅଫ୍ ଇଣ୍ଡିଆ, ଓଡିଶା ପକ୍ଷରୁ ସଦସ୍ୟତା ସଭା

ଜଗତସିଂହପୁର(BT)06 ମାର୍ଚ୍ଚ,ନ୍ୟାସନାଲ ହ୍ୟୁମାନ ରାଇଟ୍ସ ସୋସିଆଲ ଜଷ୍ଟିସ କାଉନସିଲ ଅଫ୍ ଇଣ୍ଡିଆ, ଓଡିଶା ଇଉନିଟ୍ ପକ୍ଷରୁ ଆଜି ଜଗତସିଂହପୁର ଜିଲ୍ଲାର ମା’ ସାରଳା ମନ୍ଦିର ପରିସରରେ ଏକ ସଦସ୍ୟତା ସଭା ଓ ଆଇଡି କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ଜିଲ୍ଲା ସଭାପତି ଶ୍ରୀ ଚନ୍ଦ୍ରକାନ୍ତ ଦାସ ଓ ସମସ୍ତ ସଦସ୍ୟମାନେ ଉପସ୍ଥିତ ଥିଲେ। ସେହିପରି ରାଜ୍ୟ ଅଧ୍ୟକ୍ଷା ଡ଼ଃ ସ୍ୱର୍ଣ୍ଣମୟୀ ରାଉତ, ରାଜ୍ୟ ମୁଖ୍ୟ ପରାମର୍ଶଦାତ୍ରୀ ଡ଼ଃ ସୌଦାମିନୀ ଦାସ ଓ ରାଜ୍ୟ ସଚିବ ଶ୍ରୀ ନୃସିଂହ ଚରଣ ମାନସିଂହ ମଧ୍ୟ ଏହି ସଭାରେ ଯୋଗଦେଇଥିଲେ।
କାର୍ଯ୍ୟକ୍ରମରେ ସଂଗଠନର ସଦସ୍ୟମାନଙ୍କୁ ଆଇଡି କାର୍ଡ ବଣ୍ଟନ କରାଯାଇଥିଲା ଏବଂ ମାନବ ଅଧିକାର ଓ ସାମାଜିକ ନ୍ୟାୟ ସମ୍ପର୍କିତ କାର୍ଯ୍ୟକଳାପକୁ ଆହୁରି ସୁଦୃଢ଼ କରିବା ନେଇ ଆଲୋଚନା କରାଯାଇଥିଲା।
ସମସ୍ତ ସଦସ୍ୟଙ୍କ ସକ୍ରିୟ ଯୋଗଦାନରେ କାର୍ଯ୍ୟକ୍ରମଟି ସଫଳଭାବେ ସମ୍ପନ୍ନ ହୋଇଥିଲା।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *