ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

କର୍ମଜୀବୀ ମହିଳାଙ୍କ ନିମନ୍ତେ ସଖୀ ନିବାସ ର ଶୁଭ ଉଦ୍ ଘାଟନ ଓ ଏକଲବ୍ୟ ଶିକ୍ଷା କେନ୍ଦ୍ରର ଅଷ୍ଟମ ବାର୍ଷିକ ଉତ୍ସବ ପାଳନ

ନିମାପଡ଼ା (BT)୧୨/୦୨/୨୦୨୬ ପିଙ୍ଗଳାଖୀ ପବ୍ଲିକ ୱେଲଫେୟାର ଅର୍ଗାନାଇଯେସନ ଦ୍ଵାରା ମହିଳା ଓ ଶିଶୁ ବିକାଶ ବିଭାଗ ଓଡ଼ିଶା ସରକାରଙ୍କ ସହାୟତାରେ କର୍ମଜୀବୀ ମହିଳାଙ୍କ ନିମନ୍ତେ ସଖୀ ନିବାସ ସମ୍ନାନନୀୟା ଓଡିଶାର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା କରକମଳରେ ଉଦ୍ ଘାଟନ ହୋଇଯାଇଅଛି । ତତସହିତ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା , ଶ୍ରୀମତୀ ମିନଲତା ମହାନ୍ତି ସାଂସଦ ପ୍ରତିନିଧି ଏବଂ ଜିଲ୍ଲା ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତି ଥିଲେ । ଏହି ସଖୀ ନିବାସରେ କର୍ମଜୀବୀ ମହିଳା ମାନଙ୍କ ରହିବା ନିମନ୍ତେ ସୁବ୍ୟବସ୍ଥା କରାଯିବ ସହିତ ସେମାନଙ୍କ ସୁରକ୍ଷା ପ୍ରତି ମଧ୍ୟ ଧ୍ୟାନ ଦିଆଯାଇଛି । ଏହା ଦ୍ଵାରା ଅଞ୍ଚଳରେ କାର୍ଯ୍ୟରତ ମହିଳା ମାନଙ୍କ ନିମନ୍ତେ ରହିବାର ସୁବନ୍ଦୋବସ୍ତର ସୁଯୋଗ ସୃଷ୍ଟି ହୋଇଛି ।
ଏହା ସହ PPWO ଦ୍ଵାରା ପରିଚାଳିତ ଏକଲବ୍ୟ ଶିକ୍ଷା କେନ୍ଦ୍ରର ଅଷ୍ଟମ ବାର୍ଷିକ ଉତ୍ସବ ମଧ୍ୟ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ଉପ-ମୁଖ୍ୟମନ୍ତ୍ରୀ ସମ୍ମାନୀୟା ଶ୍ରୀମତୀ ପ୍ରଭାତୀ ପରିଡ଼ା ମହୋଦୟା ଉପସ୍ଥିତ ରହି ଶୁଭ ଉଦ୍ ଘାଟନ କରିବା ସହିତ ଶ୍ରୀମତୀ ମିନଲତା ମହାନ୍ତି ସାଂସଦ ପ୍ରତିନିଧି , ଡଃ ପ୍ରଭାତ କୁମାର ମିଶ୍ର ବିଶିଷ୍ଟ ଶିକ୍ଷାବିତ୍ , ଶ୍ରୀଯୁକ୍ତ ଲିଙ୍ଗରାଜ ପ୍ରଧାନ ଅଧ୍ୟକ୍ଷ ଏକଲବ୍ୟ ଶିକ୍ଷା କେନ୍ଦ୍ର , ଶ୍ରୀମତୀ ତନୁପ୍ରଭା ବେଉରା ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପୁରୀ , ଶ୍ରୀଯୁକ୍ତ ପଦ୍ମଲୋଚନ ମହାନ୍ତି କୋଷାଧ୍ୟକ୍ଷ , ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ନାୟକ ସଭାପତି PPWO ରହିଥିଲେ । ଏହି ସଭାକୁ PPWO ର ସାଧାରଣ ସଂପାଦକ ଶ୍ରୀଯୁକ୍ତ ଗଗନ ବିହାରୀ ଦାସ ସଭାପତିତ୍ଵ କରିଥିଲେ । ପରିଶେଷରେ ଏକଲବ୍ୟ ଶିକ୍ଷା କେନ୍ଦ୍ରର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।
ଉକ୍ତ କାର୍ଯ୍ୟକ୍ରମକୁ ପ୍ରଭାତ ବେହେରା , ସ୍ମିତହାସ୍ ନାୟକ , ଗିତିନନ୍ଦା ପଟ୍ଟନାୟକ , ବିଶ୍ୱଜିତ୍ ମହରଥା ଓ ଏକଲବ୍ୟ ଶିକ୍ଷା କେନ୍ଦ୍ର ଅନୁଷ୍ଠାନର କାର୍ଯ୍ୟରତ ସମସ୍ତ ସଦସ୍ୟମାନେ ପରିଚାଳନା କରିଥିଲେ ।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *