ନିମାପଡା (26.1.26) ଆଜି ଡ଼ି ଏ ଭି ପବ୍ଲିକ ସ୍କୁଲ ନିମାପଡାରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବରେ ନିମାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଓଡ଼ିଆ ବିଭାଗର ପ୍ରଫେସର ଡକ୍ଟର ଅଜୟ କୁମାର ବେହେରା, ମୁଖ୍ୟବକ୍ତା ଭାବରେ ସମାଜସେବୀ ମହେନ୍ଦ୍ର ସିଂ ଭାଟିଆ, ଯୋଗେନ୍ଦ୍ର ସାହୁ ଓ ଅବିଭାବକ – ଶିକ୍ଷକ କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ l ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା ଓ ବିଦ୍ୟାଳୟର ପ୍ରିନସିପାଲ ଏମ. ଏମ.ହକଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା l ମୁଖ୍ୟ ଅତିଥି, ମୁଖ୍ୟବକ୍ତା ଓ ବିଦ୍ୟାଳୟର ପ୍ରିନସିପାଲ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରଦର୍ଶିତ ପ୍ୟାରେଡର ଅଭିବାଦନ ଗ୍ରହଣ କରିଥିଲେ l ଛାତ୍ରଛାତ୍ରୀମାନେ ଜାତୀୟ ସଂଗୀତ ଗାନ କରିଥିଲେ l ମୁଖ୍ୟ ଅତିଥି ତାଙ୍କର ଓଜସ୍ୱିନୀ ଅଭିଭାଷଣ ମାଧ୍ୟମରେ ଭାରତର ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ବୀର ପଣିଆ ସମ୍ପର୍କରେ ଛାତ୍ରଛାତ୍ରୀଙ୍କ ନିକଟରେ ପ୍ରକାଶ କରିଥିଲେ l ଯେଉଁ ସ୍ୱାଧୀନତା ସଂଗ୍ରାମୀମାନଙ୍କ ତ୍ୟାଗ ଦ୍ୱାରା ଭାରତ ସ୍ୱାଧୀନତା ପ୍ରାପ୍ତ ହୋଇଛି l ଆମ ଦେଶକୁ ଉଚିତ ମାର୍ଗରେ ପରିଚାଳିତ କରିବା ପାଇଁ ଡକ୍ଟର ବି. ଆର ଆମ୍ବେଦକର ସମ୍ବିଧାନରେ ନୂତନ ନିୟମ ପ୍ରଣୟନ କରି ଦେଶର ଗୌରବ ରକ୍ଷା କରିଥିଲେ l ବିଦ୍ୟାଳୟର ପ୍ରିନସିପାଲ ଏମ. ଏମ. ହକ ନିଜର ଅଭିବ୍ୟକ୍ତି ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜାତୀୟତା ଭାବ ଜାଗ୍ରତ କରିବା ପାଇଁ ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ଗୁଣଗାନ କରିଥିଲେ l ଦେଶର ଭବିଷ୍ୟତ ଓ ମେରୁଦଣ୍ଡ ଭାବରେ ଛାତ୍ରଛାତ୍ରୀମାନେ ସଜାଗ ଓ ସଚେତନ ହେଲେ ଦେଶ ଅଗ୍ରଗତି କରିପାରିବ ବୋଲି କହିଥିଲେ l ବିଦ୍ୟାଳୟରେ ଆୟୋଜିତ ହୋଇଥିବା ହିନ୍ଦୀ ଅଲମ୍ପିୟାଡ଼ର କୃତୀ ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା ଓ ପ୍ରିନସିପାଲ ମେଡାଲ ଓ ମାନପତ୍ର ପ୍ରଦାନ କରିଥିଲେ l ବିଦ୍ୟାଳୟର ଓଡ଼ିଆ ବିଭାଗର ଶିକ୍ଷକ ମାଧବ ମଲ୍ଲିକ ନିଜର ଅଭିବ୍ୟକ୍ତି ମାଧ୍ୟମରେ ସ୍ୱାଧୀନତା ସଂଗ୍ରାମୀ ଓ ଦେଶସେବକ ମାନଙ୍କ ପରି ନିସ୍ଵାର୍ଥପର ଦେଶ ସେବା କରିବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଆହ୍ୱାନ ଦେଇଥିଲେ l ଦେଶର ପ୍ରଗତିରେ ଛାତ୍ରଛାତ୍ରୀର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ l ଦେଶରୁ ଦରିଦ୍ରତା, ଅଶିକ୍ଷା, ଅନ୍ୟାୟ, ଅତ୍ୟାଚାର ଦୂର କରିବା ପାଇଁ ଆମେ ସମସ୍ତେ ଚେଷ୍ଟା କଲେ ତାହା ସଫଳ ହେବ ବୋଲି କହିଥିଲେ,
ବାରବାଟୀ ଷ୍ଟାଡିୟମରେ ଆୟୋଜିତ ହୋଇଥିବା ପ୍ୟାରେଡ ଓ ସାଂସ୍କୃତିକ ଜର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ l ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଦ୍ଵିତୀୟ ସ୍ଥାନ ଅଧିକାର କରି ମୁଖ୍ୟ ଅତିଥିଙ୍କ ଠାରୁ ମେଡାଲ ଓ ମାନପତ୍ର ଗ୍ରହଣ କରିଛନ୍ତି l ସର୍ବଶେଷରେ ବିଦ୍ୟାଳୟର ଗଣିତ ବିଭାଗର ଅଧ୍ୟାପକ ଗଜାନନ ଡାକୁଆ ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା, ପ୍ରିନସିପାଲ, ଅଭିଭାବକ- ଶିକ୍ଷକ କମିଟିର ସଦସ୍ୟମାନଙ୍କୁ, ଛାତ୍ରଛାତ୍ରୀମାନଙ୍କୁ ଓ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l


















Leave a Reply