ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ଆୟୁଷ୍ମାନ ଭାରତର ସମସ୍ତ ଡାଟା ଓଡ଼ିଆରେ ଉପଲବ୍ଧ ହେବା ସହିତ ସାଧାରଣ ଲୋକଙ୍କୁ ଯୋଜନା ବୁଝିବା ଓ ସୁବିଧା ନେବା ଅଧିକ ସହଜ ହେବ ।

ଆୟୁଷ୍ମାନ ଯୋଜନା ସମସ୍ୟାର ସମାଧାନ ଆସନ୍ତା ୩ ଦିନରେ ହେବ । ଆୟୁଷ୍ମାନ ଚିନ୍ତନ ଶିବିରରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି । ଆଗାମୀ ଦିନରେ ଆୟୁଷ୍ମାନ ଭାରତର ସମସ୍ତ ଡାଟା ଓଡ଼ିଆରେ ଉପଲବ୍ଧ ହେବା ସହିତ ସାଧାରଣ ଲୋକଙ୍କୁ ଯୋଜନା ବୁଝିବା ଓ ସୁବିଧା ନେବା ଅଧିକ ସହଜ ହେବ ।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (AB-PMJAY) ଓ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ (ABDM) ସମ୍ପର୍କରେ ଏକ ଚିନ୍ତନ ଶିବିର ଆୟୋଜିତ ହୋଇଛି। ଏହି ଶିବିରରେ ଯୋଜନାର କାର୍ଯ୍ୟାନ୍ୱୟନ, କାର୍ଡ ତିଆରି ପ୍ରକ୍ରିୟା ଓ ଡିଜିଟାଲ ସୁବିଧା ନେଇ ଆଲୋଚନା କରାଯାଇଛି । ଶିବିରରେ ଯୋଗ ଦେଇ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ, “ଆୟୁଷ୍ମାନ ଭାରତ କାର୍ଡ ସମ୍ପର୍କିତ ସମସ୍ତ ସମସ୍ୟା ଖୁବ୍ ଶୀଘ୍ର ସମାଧାନ ହେବ । ଯେଉଁ ଯୋଗ୍ୟ ଲାଭାର୍ଥୀ ମାନଙ୍କର ଏପର୍ଯ୍ୟନ୍ତ କାର୍ଡ ହୋଇନାହିଁ, ସେମାନେ ଡିଜିଟାଲ ମାଧ୍ୟମରେ ନିଜ ତଥ୍ୟ ଦେଖିପାରିବେ ଓ ଆବେଦନର ସ୍ଥିତି ଜାଣିପାରିବେ ।”

ଆଗାମୀ ଦିନରେ ଆୟୁଷ୍ମାନ ଭାରତ ସଂପର୍କିତ ସମସ୍ତ ଡାଟା ଓଡ଼ିଆ ଭାଷାରେ ଉପଲବ୍ଧ ହେବ । ଯାହା ଫଳରେ ସାଧାରଣ ଲୋକଙ୍କୁ ଯୋଜନା ବୁଝିବା ଓ ସୁବିଧା ନେବା ଅଧିକ ସହଜ ହେବ । ଏଥିପାଇଁ ୩ଟି ଏମଓୟୁ ସ୍ବାକ୍ଷରିତ ହୋଇଛି । ଏହି ପଦକ୍ଷେପ ଦ୍ୱାରା ରାଜ୍ୟରେ ସ୍ୱାସ୍ଥ୍ୟ ସେବାକୁ ଆହୁରି ସୁଦୃଢ଼ ଓ ସହଜଗମ୍ୟ କରାଯିବ, ବୋଲି ଆଶା କରାଯାଉଥିବା ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ।ଅଧିବେଶନର ଲକ୍ଷ ହେଉଛି ବିଭିନ୍ନ ରାଜ୍ୟରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ଆଗ୍ରଗତି, ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ଲକ୍ଷ୍ୟ ଏବଂ ପଦ୍ଧତ୍ତି, ଆୟୁଷ୍ମାନ ଯୋଜନାରେ ଠକାମୀ ଓ ଜାଲିଆତି -ନିରୋଧ ବ୍ୟବସ୍ଥା, ସ୍ୱାସ୍ଥ୍ୟ ସେବାରେ କୃତିମ ବୁଦ୍ଧିମତ୍ତା(AI)ର ପ୍ରୟୋଗ, ହସ୍ପିଟାଲ ନିମନ୍ତେ ଜାତୀୟ ଗୁଣାତ୍ମକମାନ ଅଧିସୀକୃତ୍ତି, ଜାତୀୟ ସ୍ୱାସ୍ଥ୍ୟ କତ୍ତୃପକ୍ଷ ଡିଜିଟାଲ ଏକାଡେମୀ ଆଦି ବିଷୟରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳବାରୀ ମଧ୍ୟ ସମୀକ୍ଷା କରାଯିବ ବୋଲି ଜଣାପଡିଛି |

ଓଡ଼ିଶାରେ ସମନ୍ୱିତ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା- ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଆରମ୍ଭ ହେବାର ମାତ୍ର ୯ ମାସ ମଧ୍ୟରେ ହୋଇଥିବା ଅଗ୍ରଗତି ବିଷୟରେ ଜାତୀୟ ସ୍ୱାସ୍ଥ୍ୟ କତ୍ତୃପକ୍ଷଙ୍କ ବରିଷ୍ଠ ଅଧିକାରୀମାନେ ସନ୍ତୋଷ ବ୍ୟକ୍ତ କରିଛନ୍ତି ।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ୨ ଦିନିଆ ଜାତୀୟ ଚିନ୍ତନ ଶିବିର ଉଦଘାଟିତ ହୋଇଛି । ଏହି ଶିବିରରେ ଭାରତର ୨୮ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳମାନଙ୍କରୁ ପାଖାପାଖି ୧୧୯ ଜଣ ବିଶେଷଜ୍ଞ ପ୍ରତିନିଧିମାନେ ଯୋଗ ଦେଇଛନ୍ତି ।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *