ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ପିଙ୍ଗଳାକ୍ଷୀ ପବ୍ଲିକ୍ ୱେଲଫେୟାର ଅର୍ଗାନାଇଜେସନ୍ (ପିପିଡ଼ ବ୍ୟୁଓ)ର ୩୪ତମ ପ୍ରତିଷ୍ଠା ଦିବସ

ନିମାପଡ଼ା, : ନିମାପଡ଼ାସ୍ଥିତ ପିଙ୍ଗଳାକ୍ଷୀ ପବ୍ଲିକ୍ ୱେଲଫେୟାର ଅର୍ଗାନାଇଜେସନ୍ (ପିପିଡ଼ ବ୍ୟୁଓ)ର ୩୪ତମ ପ୍ରତିଷ୍ଠା ଦିବସ ସମାରୋହ
ନବବର୍ଷ ଅବସରରେ ଅନୁଷ୍ଠାନ ପରିସରରେ ପାଳିତ ହୋଇଯାଇଛି । ସମାରୋହରେ ଅତିଥ୍‌ ଭାବେ ପିପିଡ଼ ବ୍ୟୁଓର ସଭାପତି ଶିକ୍ଷାବିତ୍ ଗୋବିନ୍ଦ ଚନ୍ଦ୍ର ନାୟକ, ସାଧାରଣ ସଂପାଦକ ଗଗନ ବିହାରୀ ଦାସ, କୋଷାଧ୍ୟକ୍ଷ ପଦ୍ମ ଚରଣ ମହାନ୍ତି, ଯୁଗ୍ମ ସଂପାଦକ ପବିତ୍ର ମୋହନ ମହାପାତ୍ର, ରି ତାମଞ୍ଜରୀ ମିଶ୍ର, ଗାୟତ୍ରୀ ପ୍ରିୟଦର୍ଶିନୀ ପ୍ରମୁଖ ଯୋଗ ଦେଇ ଅନୁଷ୍ଠାନର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ବିଭିନ୍ନ କାର୍ଯ୍ୟକ୍ର ମର ସଫଳ ରୂପାୟନ ଦିଗରେ ଗୁରୁତ୍ବାରୋପ କରିଥିଲେ । ଏହି ଅବସର ରେ ଅର୍ଗାନାଇଜେସନ୍ ପକ୍ଷରୁ ନିମାପଡ଼ା ଓ ଚାରି ଛକ ସ୍ଵାସ୍ଥ୍ୟ କେନ୍ଦ୍ର ରେ ରୋଗୀଙ୍କୁ ଫଳ, ପାଉଁ ରୁଟି, ବିସ୍କୁଟ, ମଶାରୀ ଓ ଅନ୍ତେବାସୀଙ୍କୁ ନବବର୍ଷ ଅବସରରେ ମିଷ୍ଟାନ୍ନ ବଂଟନ କରାଯାଇଥିଲା ସମାରୋହରେ ଅନୁଷ୍ଠାନ ର କର୍ମକର୍ତା, ଛାତ୍ରଛାତ୍ରୀ, ଅନ୍ତେବାସ ଓ ସ୍ଥାନୀୟ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ ।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *