ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ଆରମ୍ଭ ହେଲା ୩୦ ତମ ନିମାପଡା କପ

ପୁରୀ ଜିଲା ନିମାପଡା ସ୍ତିତ ବାରବାଟୀ ପଡିଆରେ ଆଜି ୩୦ ତମ ନିମାପଡା କପ ୨୦୨୬ ଉଦଘାଟିତ ହୋଇଯାଇଛି | ନିମାପଡା ଆଥଲେଟିକ ଆସୋସିଏସନ ଦ୍ୱାରା ଆୟୋଜିତ ଏହି ଟୁର୍ନାମେଣ୍ଟ ରେ ନିମାପଡା ପୂର୍ବତନ ବିଧାୟକ ସମୀର ରଞ୍ଜନ ଦାସ ମୁଖ୍ୟ ଅଥିତି ଭାବେ ଯୋଗଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଜଗତାନନ୍ଦ ସବୁତ, ପାର୍ଥସାରଥୀ ଛୋଟରାୟ, ଆଥଲେଟିକ ଆସୋସିଏସନ ର ସମ୍ପାଦକ ଜୀବନାନନ୍ଦ ମହାପାତ୍ର, ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ ଖଟୋଇ ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ପ୍ରୋତ୍ସାହିତ କରିଥିଲେ |
ଆଜିର ଉଦଘାଟନୀ ମ୍ୟାଚରେ ପୁରୀ ର ପିଅଇନିଆର ସ୍ପୋର୍ଟିଂ କୁ ସାମ୍ନା କରିଥିଲା ଭୁବନେଶ୍ୱର ର ପାରାମାଉନ୍ଟ ସ୍ପୋର୍ଟିଂ | ପିଅଇନିଆର ପ୍ରଥମେ ଟସ ଜିତି ବ୍ୟାଟିଂ କରିଥିବା ସହ ପାରାମାଉନ୍ଟ କୁ ୫୯ ରନ ରେ ପରାଜିତ କରିଥିଲା
| ଆଜିର ମ୍ୟାଚ ରେ ପିଅଇନିଆର ସ୍ପୋର୍ଟିଂ ର ରାଜେଶ ବେହେରା ୪୩ ବଲ ରେ ୬୮ ରନ କରି ମ୍ୟାନ ଅଫ ଦ ମ୍ୟାଚ ହୋଇଥିଲେ |

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *