ନିମାପଡା (27.12.25) ଡ଼ି ଏ ଭି ପବ୍ଲିକ ସ୍କୁଲ ନିମାପଡାରେ ବାର୍ଷିକ କ୍ରୀଡା ଉଦଯାପିତ ହୋଇଯାଇଛି l ପ୍ରଥମେ କ୍ରୀଡା ପ୍ରତିଯୋଗିତା ର ମାସ୍କଟ ଚିତ୍ରା ର ଉନ୍ମୋଚନ କରାଯାଇଥିଲା l ମୁଖ୍ୟ ଅତିଥି ଭାବରେ ସ୍ୱୟଂ ଶାସିତ ମହାବିଦ୍ୟାଳୟ ନିମାପଡାର ଗଣିତ ବିଭାଗର ଅଧ୍ୟାପକ ଶ୍ରୀଯୁକ୍ତ ସୁବ୍ରତ କୁମାର ମହାନ୍ତି ଯୋଗ ଦେଇଥିଲେ l ବିଦ୍ୟାଳୟର ସଂଗୀତ ଶିକ୍ଷକ ପୀତବାସ ନାୟକ ଏବଂ ଛାତ୍ରଛାତ୍ରୀ ସ୍ୱାଗତ ସଂଗୀତ ଏବଂ ପୁଷ୍ପ ଗୁଚ୍ଛ ମାଧ୍ୟମରେ ଅତିଥିମାନଙ୍କୁ ସ୍ୱାଗତ ଜଣାଇଥିଲେ l ବିଦ୍ୟାଳୟର ପ୍ରିନସିପାଲ ଏମ. ଏମ. ହକ ବାର୍ଷିକ କ୍ରୀଡା ଆରମ୍ଭ କରିବା ପାଇଁ ଅନୁମତି ପ୍ରଦାନ କରିଥିଲେ l ବିଦ୍ୟାଳୟର ଏଲ କେଜି, ୟୁ କେଜି ଛାତ୍ରଛାତ୍ରୀଙ୍କ ଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଖେଳରେ ଅଂଶ ଗ୍ରହଣ କରିଥିଲେ l ଦୌଡ଼ ପ୍ରତିଯୋଗିତା, ଉଚ୍ଚ ଡ଼ିଆଁ, ଲମ୍ବ ଡ଼ିଆଁ, ଅଙ୍କ କଷା ଇତ୍ୟାଦି ନାନା ପ୍ରକାର ଖେଳ ପ୍ରତିଯୋଗିତା ହୋଇଥିଲା l ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଦ୍ୱାରା କ୍ରୀଡା ସଂଚାଳନ କରାଯାଇଥିଲା l କୃତୀ ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ଓ ପ୍ରିନସିପାଲ ମେଡାଲ, ସାର୍ଟିଫିକେଟ ପ୍ରଦାନ କରିଥିଲେ l ମୁଖ୍ୟ ଅତିଥି ତାଙ୍କର ଓଜସ୍ୱିନୀ ବକ୍ତବ୍ୟ ମାଧ୍ୟମରେ ଛାତ୍ରଛାତ୍ରୀଙ୍କର ପାଠ ପଢିବା ସହ କ୍ରୀଡା କସରତ କରିବା ପାଇଁ କହିଥିଲେ l କ୍ରୀଡା ଦ୍ୱାରା ଶରୀର ସୁସ୍ଥ ରହିଥାଏ l ବିଦ୍ୟାଳୟର ପ୍ରିନସିପାଲ ନିଜର ବକ୍ତବ୍ୟ ମାଧ୍ୟମରେ ଛାତ୍ରଛାତ୍ରୀଙ୍କର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ କ୍ରୀଡା ଏକ ମାଧ୍ୟମ ବୋଲି କହିଥିଲେ l ଏହା ଦ୍ୱାରା ଶରୀର, ମନ ଚଳଚଞ୍ଚଳ ହୋଇଉଠେ l ଆମ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କର ବୌଦ୍ଧିକ, ନୈତିକ, ମାନସିକ ଓ ଶାରୀରିକ ଉନ୍ନତି ନିମନ୍ତେ ନାନା ପ୍ରକାର ପଦକ୍ଷେପ ନିଆଯାଉଥିବାର କହିଥିଲେ l ବିପୁଳ ପରିମାଣରେ ଅଭିଭାବକ ଓ ଅଭିଭାବିକା ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରଦର୍ଶିତ ଚିତ୍ତାକର୍ଷକ କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିବା ସହ କରତାଳି ଦ୍ୱାରା ଉତ୍ସାହିତ କରିଥିଲେ l ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ସୌମ୍ୟ ରଞ୍ଜନ ସାହୁ, ରମାକାନ୍ତ ସାମନ୍ତସିଂହାର, ରାମଚନ୍ଦ୍ର ଓଝା, ପ୍ରତ୍ୟୁଷ ମହାନ୍ତି, ମିଲି ଦାସ, ଅସିତ ପାଣିଗ୍ରାହୀ, ଶରତ ଚନ୍ଦ୍ର ପାତ୍ର, ଏମ ନସରିନ, କଲ୍ୟାଣୀ ଇତିଶ୍ରୀ ମିଶ୍ର, ବାଗେଶ୍ୱରୀ ଦାଶ, ଶୁଚିସ୍ମିତା କାନୁନଗୋ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ l ପରିଶେଷରେ ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ଶୁଭମ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l ସର୍ବଶେଷରେ ସମୂହ ଭାବରେ ରାଷ୍ଟ୍ର ସଂଗୀତ ଗାନ କରାଯାଇଥିଲା l























Leave a Reply