କଟକ,୧୦ ଡିସେମ୍ବର — ବସୁନ୍ଧରା ସେବାଶ୍ରମ, ବିଡ଼ାନାସିରେ ଆଜି ବିଶ୍ୱ ମାନବାଧିକାର ଦିବସ–୨୦୨୫ ଉତ୍ସାହମୟ ପରିବେଶରେ ପାଳନ ହୋଇଲା।
ନ୍ୟାସନାଲ ହୁମାନ୍ ରାଇଟ୍ସ ସୋଶାଲ ଜଷ୍ଟିସ୍ କାଉନ୍ସିଲ୍ ଅଫ୍ ଇଣ୍ଡିଆ, ଓଡ଼ିଶା ଚାପ୍ଟର ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ସେବାଶ୍ରମର ଅନାଥ ଛାତ୍ରଛାତ୍ରୀମାନେ ଚିତ୍ରାଙ୍କନ, ନୃତ୍ୟ, କଳା ସୃଷ୍ଟି, ରଚନା-ଲେଖନ ସହ ନାନା ପ୍ରତିଭାଦର୍ଶନୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।
କାର୍ଯ୍ୟକ୍ରମରେ ଅତିଥିମାନେ ଛାତ୍ରଛାତ୍ରୀଙ୍କୁ ଟ୍ରୋଫି, ପଦକ, ସର୍ଟିଫିକେଟ ଓ ସ୍ମାରକ ପ୍ରଦାନ କରି ସମ୍ମାନିତ କରିଛନ୍ତି।
ବିଶେଷ ଅତିଥିମାନଙ୍କ ଯୋଗଦାନ କରିଥିଲେ।
ଏହି ପବିତ୍ର ଅବସରରେ ମୁଖ୍ୟ ଅତିଥି ଶ୍ରୀ ଅସିତ କୁମାର ବଳବନ୍ତରାୟ, IIC, ବିଡ଼ାନାସି ପୁଲିସ୍ ଷ୍ଟେସନ ଭାରପ୍ରାପ୍ତ ଅଧିକାରୀ,ଶ୍ରୀ ସନାତନ ଦାସ, ପ୍ରବୀଣ ସମାଜସେବୀ,ଶ୍ରୀମତୀ ଗିରିବାଳା ବେହେରା, ପ୍ରବୀଣ ଜନସେବୀ, କଟକ,ଶ୍ରୀମତୀ ମୋହିନୀ ମହାରଣା, ବସୁନ୍ଧରା ସେବାଶ୍ରମ,ସେବାଶ୍ରମର ପ୍ରିନ୍ସିପାଲ୍ ମ୍ୟାଡାମ୍,ଅନୁଷ୍ଠାନୀୟ ଦଳ,କାର୍ଯ୍ୟକ୍ରମ ପରିଚାଳନା କଲେ ନ୍ରୁସିଂହ ଚରଣ ମଣସିଂହ, ରାଜ୍ୟ ସଚିବ, ନ୍ୟାସନାଲ ହୁମାନ୍ ରାଇଟ୍ସ ସୋଶାଲ ଜଷ୍ଟିସ୍ କାଉନ୍ସିଲ୍ ଅଫ୍ ଇଣ୍ଡିଆ,
ଉପସ୍ଥିତ ଥିଲେ —
ରାଜ୍ୟ ଚେୟାରପର୍ସନ ସ୍ୱର୍ଣ୍ଣମୟୀ ରାଉତ ରାଜ୍ୟ ଚେୟାରପର୍ସନ, ଉପଚେୟାରପର୍ସନ କିଶୋର ଚନ୍ଦ୍ର ପ୍ରଧାନ,ରାଜ୍ୟ ଅଧ୍ୟକ୍ଷ ବସୁଦେବ ସେଠୀ, ରାଜ୍ୟ ମହାସଚିବ ପ୍ରଦୀପ କୁମାର ନାୟକ,ରାଜ୍ୟ ପରାମର୍ଶଦାତ୍ରୀ ଓ ଶିକ୍ଷାବିଦ୍ ଶ୍ରୀମତୀ ସୌଦାମିନୀ ଦାଶ, ସହ ରହିଥିଲେ ବିଭିନ୍ନ ଜିଲ୍ଲାର ଅଧ୍ୟକ୍ଷ ଓ ସଚିବମାନେ: ବାଳେଶ୍ୱରର ବିଶ୍ୱଜିତ ବେହେରା, କଟକ ଜିଲ୍ଲା ଅଧ୍ୟକ୍ଷ ମଞ୍ଜୁ ବେଗମ୍, ସଜ୍ଜନ ସିକାନ୍ଦର ଖାନ୍, ଦିନବନ୍ଧୁ ନାୟକ, ଝିଲି ଦାସ, ସନ୍ଧ୍ୟାରାଣୀ ସତପଥୀ, ମିନତୀ ବିଶ୍ୱାଲ, କଳ୍ୟାଣୀ ପଣ୍ଡା, ମାମତା ରାଣୀ ଜେନା, ସୁନୀତା ମହାନ୍ତି, ଲିତାଞ୍ଜଳି ମିଶ୍ର, ଇମାନକଳ୍ୟାଣ ମହାନ୍ତି, ସରୋଜିନୀ ଦାସ, ମଣ୍ଟୁ ବାରିକ, ସ୍ୱର୍ଣ୍ଣପ୍ରଭା ପତ୍ର, ପ୍ରତିଭାରାଣୀ ମହାନ୍ତି, ଶ୍ରଦ୍ଧାଞ୍ଜଳି ଦାସ, ବିଭୂତି ସାହୁ, ସନତ୍ ଦାସ, ପ୍ରହଲାଦ ସମଲ, ସୁରେଶ ଜେନା, ଭବାନୀ ଶଙ୍କର, ଗୀତାଞ୍ଜଳି ସେଠୀ, ବୀଣା ସାରଙ୍ଗୀ, ସନ୍ତୋଷୀ ଜାଲି, ଅବ୍ଦୁଲ୍ ସଜ୍ଜନ, ଝିଲିରାଣୀ ଜେନା, ସବିତା ରାଣୀ ପ୍ରୁଷ୍ଟି, ରଞ୍ଜୁକୁଟା ଦାସ, ରମିତା ବେହେରା, ହରିହର ବେଉରା, ତିଳୋତ୍ତମା ବାରିକ, ବୁଲୁ ମହାରଣା, ସରୋଜିନୀ ସ୍ୱାଇଁ ଓ ଅନ୍ୟାନ୍ୟ ସଦସ୍ୟମାନେ।
ଅତିଥିମାନେ ମାନବାଧିକାର ସୁରକ୍ଷା, ଶିଶୁ ସୁରକ୍ଷା, ସମାଜରେ ସମାନ ଅଧିକାର, ଶିକ୍ଷା, ନ୍ୟାୟ ଓ ସାମାଜିକ ଦାୟିତ୍ୱ ଉପରେ ଗୁରୁତ୍ୱପୂର୍ଣ୍ଣ ଉଦ୍ବୋଧନ ଦେଇଥିଲେ।
ଏହି ଅବସରରେ ଅନାଥ ଛାତ୍ରଛାତ୍ରୀଙ୍କ ପ୍ରତିଭାକୁ ମଞ୍ଚ ଦେଇ ସେମାନଙ୍କ କଳାକୌଶଳ ପ୍ରଦର୍ଶନର ଅବସର ଦେବାକୁ ସଂଗଠନ ପକ୍ଷରୁ ସମ୍ମାନ ଜଣାଇଥିଲେ।
ସମାପ୍ତି ଅଭିଭାଷଣ
କାର୍ଯ୍ୟକ୍ରମ ଶେଷରେ ରାଜ୍ୟ ସଚିବ ନ୍ରୁସିଂହ ଚରଣ ମାନସିଂହ ସମସ୍ତ ଅତିଥି, ଓ ସେବାଶ୍ରମ ପରିବାର ଓ ଅନ୍ୟାନ୍ୟ ସଦସ୍ୟଙ୍କୁ ଧନ୍ୟବାଦ ଜ୍ଞାପନ କରି କାର୍ଯ୍ୟକ୍ରମର ସଫଳତା କୁ ସମସ୍ତଙ୍କ ଉଦ୍ୟମ କୁ ସଫଳ ଭାବେ ବର୍ଣ୍ଣନା କରିଥିଲେ।



















Leave a Reply