ନିମାପଡା-ନିମାପଡା ର ଅଗ୍ରଣୀ ଚିତ୍ରକଳା ଅନୁଷ୍ଠାନ ଆଦର୍ଶ କଲଚୁରାଲ ଟ୍ରଷ୍ଟ ପକ୍ଷରୁ ଆଜି ୧୫ତମ ରାଜ୍ୟ ସ୍ତରୀୟ ବାର୍ଷିକ ଚିତ୍ରକଳା ପ୍ରତିଯୋଗିତା ସ୍ଥାନୀୟ ଦେବୀ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇ ଯାଇଛି.ଏହି ପ୍ରତିଯୋଗିତା ରେ ବିଭିନ୍ନ ବିଦ୍ୟାଳୟ ରୁ ବହୁ ଆଗ୍ରହୀ ଛାତ୍ର ଛାତ୍ରୀ ଯୋଗ ଦେଇ ନିଜ ପ୍ରତିଭାର ପରାକାଷ୍ଠା ଦେଖାଇଥିଲେ.ପରେ ଆୟୋଜିତ ସମାରୋହ ରେ ପ୍ରେସ କ୍ଲବ ନିମାପଡା ର ସଭାପତି ଅକ୍ଷୟ କୁମାର ବେହେରା,ପିଙ୍ଗଳାଖି ସାମାଜିକ ଅନୁଷ୍ଠାନ ର ସଭାପତି ଗଗନ ବିହାରୀ ଦାସ, ଲିଟିଲ ଷ୍ଟାର ଗ୍ରୁପ ର ସମ୍ପାଦକ ସୁମନ୍ତ ମହାରଣା, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଚିତ୍ରଶିଳ୍ପୀ ଶରତ ପ୍ରଧାନ, ଅନୁଷ୍ଠାନ ସଭାପତି ମୁରଲୀଧର ବେହେରା ପ୍ରମୁଖ ଯୋଗଦେଇ ପିଲାମାନଙ୍କ ସୃଜନ କଳାକୁ ବେଶ ପ୍ରଶଂସା କରିବା ସହ କୃତି ପ୍ରତି ଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ. ଏହି ଅବସରରେ ବରିଷ୍ଠ ସାମ୍ବାଦିକ ବିଚିତ୍ରା ନନ୍ଦ ସାହୁ,ସମାଜ ସେବୀ ଦଣ୍ଡ ପାଣି ସାହୁ ଓ ଓଡିଶା ପ୍ରଶାସନିକ ସେବାରେ କୃତିତ୍ବ ପାଇଁ ରାଜେନ୍ଦ୍ର ଓଝା ଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା.କାର୍ଯ୍ୟକ୍ରମ କୁ ଶିକ୍ଷକ ସୁମନ୍ତ ପ୍ରଧାନ ସଂଯୋଜନା କରିଥିବା ବେଳେ ଅନୁଷ୍ଠାନ ର କଳା ଶିକ୍ଷକ ସାରଦା ପ୍ରସନ ବେହେରା ଓ ପ୍ରଜ୍ଞା ପରମିତା ପରିଡା ପରିଚାଳନା କରିଥିଲେ I




















Leave a Reply