ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

ନିମାପଡା -ତା ୦୩.୧୨.୨୦୨୫ ରିଖ (ବୁଧବାର ଦିନ) ପିଙ୍ଗଳାକ୍ଷୀ ପବ୍ଲିକ ୱେଲଫେୟାର ଅର୍ଗାନାଇଜେସନ, ନିମାପଡା ଏବଂ ଜିଲ୍ଲା ପ୍ରଶାସନ, ପୁରୀ ( ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଓଡିଶା ସରକାର) ସହାୟତା କ୍ରମେ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ- ୨୦୨୫ ପାଳିତ ହୋଇଯାଇଅଛି I

ଏହି ଅବସରରେ ୪୦୦ ରୁ ଉର୍ଦ୍ଧ ଅଂଶଗ୍ରହଣକାରୀ ଯଥା ଦିବ୍ୟାଙ୍ଗଜନ, ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ, ପ୍ରଶିକ୍ଷାର୍ଥୀ, ଏନ . ସି .ସି , ସ୍କାଉଟ ଆଣ୍ଡ ଗାଇଡ଼ ଛାତ୍ରଛାତ୍ରୀ, ସମାଜସେବୀ ଓ ସାଧାରଣ ଜନତା ଙ୍କ ଅଂଶଗ୍ରହଣ କ୍ରମେ ଏହା ଦିବ୍ୟାଙ୍ଗଜନ ଅଧିକାର ଓ ଅଧିନିୟମ ସଚେତନତା ପଦଯାତ୍ରା ନିମାପଡା ସରକାରୀ ବIଳକ ଉଚ୍ଚ ବିଦ୍ୟାଳୟ ଠାରୁ ବାହାରି ନିମାପଡା ବଜାର ମଧ୍ୟ ଦେଇ ପୁନଶ୍ଚ ବIଳକ ଉଚ୍ଚ ବିଦ୍ୟାଳୟ ଠାରେ ସମାପନ ହୋଇଥିଲା I

ଏହି ପଦଯାତ୍ରାରେ ରତ୍ନାକର ଦାଶ ଦୃଷ୍ଟିହୀନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ରଛାତ୍ରୀ, ପିଙ୍ଗଳାକ୍ଷୀ କଲେଜ ଅଫ ସ୍ପେସିଆଲ ଏଜୁକେସନ ର ପ୍ରଶିକ୍ଷାର୍ଥୀ, ନିମାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ଏନ. ସି .ସି , ସ୍କାଉଟ ଆଣ୍ଡ ଗାଇଡ଼ ଛାତ୍ର ଛାତ୍ରୀ, ନିମାପଡା ବIଳକ ଉଚ୍ଚବିଦ୍ୟାଳୟ ର ଏନ . ସି .ସି , ସ୍କାଉଟ ଆଣ୍ଡ ଗାଇଡ଼ ଛାତ୍ରଛାତ୍ରୀ ଓ ନିମାପଡା ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ର ଏନ . ସି .ସି , ସ୍କାଉଟ ଆଣ୍ଡ ଗାଇଡ଼ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ. I

ଉକ୍ତ ପଦଯାତ୍ରାକୁ ପ୍ରାତଃ ୮ ଘଟିକା ସମୟରେ ସାଂସଦ ପ୍ରତିନିଧି, ଶ୍ରୀମତୀ ମିନଲତI ମହାନ୍ତି, ତହସିଲଦାର, ନିମାପଡା, ଶ୍ରୀଯୁକ୍ତ ମନୋଜ କୁମାର ପ୍ରଧାନ, ପ୍ରଧାନ ଶିକ୍ଷକ, ସରକାରୀ ବIଳକ ଉଚ୍ଚବିଦ୍ୟାଳୟ, ପୋଲିସ ପ୍ରଶାସନ, ଅନୁଷ୍ଠାନର ସାଧାରଣ ସମ୍ପାଦକ, ଶ୍ରୀଯୁକ୍ତ ଗଗନ ବିହାରୀ ଦାସ, କୋଷାଧକ୍ଷ, ଶ୍ରୀଯୁକ୍ତ ପଦ୍ମଲୋଚନ ମହାନ୍ତି, ଯୁଗ୍ମ ସମ୍ପାଦକ, ଶ୍ରୀଯୁକ୍ତ ପବିତ୍ର ମୋହନ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଭିନ୍ନକ୍ଷମ ଅଧିକାର ଓ ସମ୍ମାନ ପାଇଁ ପଦଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ I

ଏତଦବ୍ୟତୀତ ମଧ୍ୟାହ୍ନ ୧୧ ଘଟିକା ସମୟରେ ଲକ୍ଷ୍ମୀବିହାର, ତଳତଳଅଣ୍ଡିଆ ବେହେରା ସIହି ନିକଟସ୍ଥ ଅନୁଷ୍ଠାନ ପ୍ରାଙ୍ଗଣରେ ଏକ ଦିବ୍ୟାଙ୍ଗଜନ ଅଧିକାର ଓ ଅଧିନିୟମ ଶୀର୍ଷକ ସଭା ଆୟୋଜିତ ହୋଇଯାଇଅଛିI

ଏହି ସଭାରେ ଦିବ୍ୟାଙ୍ଗଜନ, ଛାତ୍ରଛାତ୍ରୀ, ସମାଜସେବୀ, ବୁଦ୍ଧିଜୀବୀ ଯୋଗ ଦେଇଥିଲେ I ନିମାପଡା ଅଂଚଳର ପ୍ରଭାତ ବେହେରା ଙ୍କୁ ସ୍ବର୍ଗତଃ ରାଜକିଶୋର ସବୁତ ସମ୍ମାନରେ ସମ୍ମାନିତ କରାଗଲା I

ଅନୁଷ୍ଠାନ ଦ୍ୱାରା ପରିଚାଳିତ ଦୃଷ୍ଟି ହୀନ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ର ଛାତ୍ର ଛାତ୍ରୀ, ସେଣ୍ଟର ଫର ଅଟିଜିମ ର ଛାତ୍ରଛାତ୍ରୀ, ଓ ସ୍ୱତନ୍ତ୍ର ଶିକ୍ଷକ ତାଲିମ କେନ୍ଦ୍ର ର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ୭୪ ଜଣ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ଅତିଥି ମାନଙ୍କ କରକମଳରେ ପ୍ରଦାନ କରାଯାଇଥିଲା I

ଏହି ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଡ଼. ଆଶୁତୋଷ ଜେନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ନିମାପଡା, ଶ୍ରୀମତୀ ପ୍ରିୟଦର୍ଶିନୀ ବରାଳ  ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ, ଶିକ୍ଷାବିତ ଶ୍ରୀମତୀ ସୌଦାମିନୀ ଦାଶ,  ଅନୁଷ୍ଠାନର ସାଧାରଣ ସମ୍ପାଦକ  ଶ୍ରୀଯୁକ୍ତ ଗଗନ ବିହାରୀ ଦାସ, କୋଷାଧକ୍ଷ ଶ୍ରୀଯୁକ୍ତ ପଦ୍ମଲୋଚନ ମହାନ୍ତି, ସଭାପତି ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ନାୟକ, ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ପବିତ୍ର ମୋହନ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଦିବ୍ୟାଙ୍ଗଜନ ମାନଙ୍କୁ ଉତ୍ସାହିତ କରିଥିଲେ.

ଏହି କାର୍ଯ୍ୟକ୍ରମକୁ ଶ୍ରୀମତୀ ଗୀତିନନ୍ଦା ପଟ୍ଟନାୟକ, ଶ୍ରୀ ଜନ୍ମେଜୟ ସ୍ୱାଇଁ, ଶ୍ରୀମତୀ ମୌସୁମୀ ରାୟସିଂ, ଶ୍ରୀମତୀ ପ୍ରଜ୍ଞା ପାରମିତା ପରିଡା, ଶ୍ରୀ ବିଶ୍ୱଜିତ ମହାରଥା , ପ୍ରଭାତ ବେହେରା, ସ୍ମିତହସ ନାୟକ,ଅପର୍ଣ୍ଣା ବଲ୍ଲଭ, ଆଦି ପରିଚାଳନା କରିଥିଲେ|

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *