ନିମାପଡା (14.11.25) ଆଜି ଡ଼ି ଏ ଭି ପବ୍ଲିକ ସ୍କୁଲ ନିମାପଡାରେ ଶିଶୁ ଦିବସ ଅବସରରେ ବାର୍ଷିକ ପ୍ରଦର୍ଶନୀ ଉତ୍ସବ ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବରେ ପ୍ରଶାସକ (OAS) ଶ୍ରୀ ରାଜେନ୍ଦ୍ର କୁମାର ଓଝା ଏବଂ ସମ୍ମାନିତ ଅତିଥି ଭାବରେ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଗଣିତ ବିଭାଗର ମୁଖ୍ୟ ଅଧ୍ୟାପିକା ଶ୍ରୀମତୀ ପଦ୍ମlଳିନୀ ବାରିକ ଯୋଗ ଦେଇଥିଲେ l ବିଦ୍ୟାଳୟର ସଂଗୀତ ଶିକ୍ଷକ ପୀତବାସ ନାୟକ ଏବଂ ତାଙ୍କର ସହଯୋଗୀ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥିଙ୍କୁ ମଧୁର ସଂଗୀତରେ ସ୍ୱାଗତ କରିଥିଲେ l ବିଦ୍ୟାଳୟର ପ୍ରିନସିପାଲ ଏମ. ଏମ. ହକ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ କରିଥିଲେ l ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଓ ବିଦ୍ୟାଳୟର ପ୍ରିନସିପାଲ ଏମ. ଏମ. ହକ ପଣ୍ଡିତ ଜବାହର ଲାଲ ନେହେରୁଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ l ପ୍ରିନସିପାଲ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିବା ସଙ୍ଗେ ସଙ୍ଗେ ଶିଶୁଦିବସ ଓ ବାର୍ଷିକ ପ୍ରଦର୍ଶନୀ ର ଉପାଦେୟତା ସମ୍ପର୍କ ରେ ବ୍ଅଭିଭାଷଣ ରଖିଥିଲେ l ଛାତ୍ରଛାତ୍ରୀ ମାନେ ବଗିଚାର ଛୋଟ ଛୋଟ ଫୁଲ ସଦୃଶ୍ୟ ବୋଲି କହିଥିଲେ l ମୁଖ୍ୟ ଅତିଥି ରାଜେନ୍ଦ୍ର କୁମାର ଓଝା ଅଭିଭାଷଣ ମାଧ୍ୟମରେ ଡ଼ି ଏ ଭି ସ୍କୁଲ ନିମାପଡା ର ଛାତ୍ର ହୋଇ ଥିବାରୁ ସେ ଆଜି ଗର୍ବିତବୋଲି କହିଥିଲେ l ସେ ଛାତ୍ରଛାତ୍ରୀମାନଙ୍କୁ ପରିଶ୍ରମ ଓ ଶୃଙ୍ଖଳିତ ହେବା ପାଇଁ ଆହ୍ୱାନ ଦେଇଛନ୍ତି l ସେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ମୋଡେଲ. ପ୍ରକଳ୍ପ ଆଦି ଦେଖି ଅନେକ ପ୍ରଶଂସା କରିଛନ୍ତି l ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ମିଲି ଦାସ ଓଜସ୍ୱିନୀ ଅଭିଭାଷଣ ମାଧ୍ୟମରେ ଆଜିର ଶିଶୁ ଆସନ୍ତାକାଲି ର ସମାଜର ମେରୁଦଣ୍ଡ ବୋଲି କହିଥିଲେ l ଶିଶୁ ଓଠର ହସ ସମଗ୍ର ଦୁନିଆକୁ ଶାନ୍ତି ପ୍ରଦାନ କରିଥାଏ ବୋଲି କହିଥିଲେ l ବିଦ୍ୟାଳୟ ଦ୍ୱାରା ଆୟୋଜିତ ବିଜ୍ଞାନ ମେଳାରେ ଅନେକ ବିଦ୍ୟାର୍ଥୀ ବିଭିନ୍ନ ବିଭାଗରେ ଯଥା – ବିଜ୍ଞାନ, ଗଣିତ, ସାମାଜିକ ବିଜ୍ଞାନ, ଇଂରାଜୀ, ହିନ୍ଦୀ, ସଂସ୍କୃତ, ସାହିତ୍ୟ, କମ୍ପୁଟର ଓ ଚିତ୍ରାଙ୍କନ ରେ ମୋଡେଲ, ଚାର୍ଟ ଚିତ୍ରାଙ୍କନ ଆଦି ପ୍ରଦର୍ଶନ କରିଥିଲେ l ପ୍ରଦର୍ଶନୀ ମୋଡେଲ, ପ୍ରକଳ୍ପ ପର୍ଯବେକ୍ଷକ ଭାବରେ ଅବସର ପ୍ରାପ୍ତ ଶିକ୍ଷକ ରବୀନ୍ଦ୍ର ନାଥ ସ୍ୱାଇଁ, ସାମାଜିକ କର୍ମୀ ସୋମିତା ଭାଟିଆ, ସୁଶ୍ରୀ ପ୍ରିୟଦର୍ଶିନୀ ମିଶ୍ର ଏବଂ ସ୍ୱୟଂ ଶାସିତ ନିମାପଡା କଲେଜର ଆର୍ଟିଷ୍ଟ ମିହିର ରଞ୍ଜନ ମହାନ୍ତି ଯୋଗ ଦେଇଥିଲେ l ଛାତ୍ରଛାତ୍ରୀମାନଙ୍କ ସ୍ଵହସ୍ତରେ ନିର୍ମିତି ମୋଡେଲ ଓ ପ୍ରକଳ୍ପର ପ୍ରଶଂସା କରିଥିଲେ l ପରିଶେଷରେ ବିଦ୍ୟାଳୟର ବରିଷ୍ଠ ଅଧ୍ୟାପଜ ଗଜାନନ ଡାକୁଆ ମୁଖ୍ୟ ଅତିଥି, ଅଭିଭାବକ, ଛାତ୍ରଛାତ୍ରୀ ଓ ଶିକ୍ଷକ- ଶିକ୍ଷୟିତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
ଡ଼ି ଏ ଭି ନିମାପଡାରେ ଶିଶୁ ଦିବସ ଓ ବାର୍ଷିକ ପ୍ରଦର୍ଶନୀ (Radiance )ପାଳିତ



















Leave a Reply