ନିମାପଡା (12.09.25) ଆଜି ଡ଼ିଏଭି ପବ୍ଲିକ ସ୍କୁଲ ନିମାପଡାରେ ଦୌଡ଼ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l
ବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ l ଛାତ୍ରଛାତ୍ରୀମାନେ ବିଦ୍ୟାଳୟର ମୁଖ୍ୟ ଫାଟକ ଠାରୁ ଏକ କିଲୋମିଟର ଦୌଡ଼ି ଦୌଡ଼ି ଯାଇଥିଲେ ଓ ପୁଣି ସେଠାରୁ ଦୌଡ଼ି ଦୌଡ଼ି ବିଦ୍ୟାଳୟକୁ ଫେରି ଆସିଥିଲେ l ଦୌଡ଼ ପ୍ରତିଯୋଗିତାରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ପ୍ରିନସିପାଲ ଏମ. ଏମ. ହକ ସ୍ୱାଗତ କରିଥିଲେ l ବିଦ୍ୟାଳୟର ପ୍ରିନସିପାଲ ଅଭିବ୍ୟକ୍ତି ମାଧ୍ୟମରେ ଗାନ୍ଧିଜୀଙ୍କର ବାର୍ତ୍ତା ସ୍ୱାସ୍ଥ୍ୟ, ଶାନ୍ତି, ଏକତା ଏବଂ ସେବାକୁ ସଫଳ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ l ଯାହା ଦ୍ୱାରା ଏକ ସୁସ୍ଥ ଓ ନୀରୋଗ ସମାଜ ଗଠନ କରି ପାରିବା ଏବଂ ଗାନ୍ଧିଜୀଙ୍କ ସ୍ବପ୍ନ ବାସ୍ତବରେ ପରିଣତ କରି ପାରିବା ବୋଲି କହିଥିଲେ l ଏହି କାର୍ଯକ୍ରମରେ ବିଦ୍ୟାଳୟର ଶିକ୍ଷକ ଶାରଦା ପ୍ରସନ୍ନ ବେହେରା, ଶୁଭମ ପ୍ରଧାନ, ରାମଚନ୍ଦ୍ର ଓଝା, ରମାକାନ୍ତ ସାମନ୍ତ ସିଂହାର, ଶରତ ଚନ୍ଦ୍ର ପାତ୍ର, ବିଭୁତି ଭୂଷଣ ମହାନ୍ତ ଓ ଶିକ୍ଷୟିତ୍ରୀ କଲ୍ୟାଣୀ ଇତିଶ୍ରୀ ମିଶ୍ର, ବାଗେଶ୍ବରୀ ଦାଶ ସୁପରିଚାଳନା କରିଥିଲେ l

















Leave a Reply