ଆଜି ବିଶ୍ଵମଣି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ୧୪୮ ତମ ପୁଣ୍ୟ ଜୟନ୍ତୀ ଅବସରରେ ଗୋପବନ୍ଧୁ ସେବାସଂଘ ଆନୁକୁଲ୍ୟ ରେ ନିମାପଡ଼ା ତହସିଲ କାର୍ଯ୍ୟାଳୟ ସମ୍ମୁଖ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ ଏବଂ ତତ୍ପରେ ଶହୀଦ ସ୍ମୃତି ସଂସଦ ଭବନ ରେ ଏକ ସାଧାରଣ ସଭା ଆୟୋଜିତ ହୋଇଥିଲା । ଶିକ୍ଷାବିତ ଶ୍ରୀମତୀ ଗୀତା ସାହୁ ଙ୍କ ଦ୍ଵାରା ବନ୍ଦେ ଉତ୍କଳ ଜନନୀ ଗାନ ପରେ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ସାବୁତ ଙ୍କ ସଭାପତିତ୍ୱ ରେ ଆୟୋଜିତ ସଭାରେ ନିମାପଡ଼ା ତହସିଲଦାର ଶ୍ରୀଯୁକ୍ତ ମନୋଜ କୁମାର ପ୍ରଦାନ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗୋପବନ୍ଧୁ ଦାସ ଙ୍କ ନୀତି, ଆଦର୍ଶ, ବିଚାର ର ଆଜିର ସାଂପ୍ରତିକ ସମାଜରେ ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ଆଇନଜୀବୀ ଶ୍ରୀଯୁକ୍ତ ସୁଧୀର ମହାନ୍ତି, ଶିକ୍ଷାବିତ ଶ୍ରୀଯୁକ୍ତ ପ୍ରଭାତ ଚନ୍ଦ୍ର ମିଶ୍ର, ଶିକ୍ଷାବିତ ଶ୍ରୀଯୁକ୍ତ ନିରୋଦ ବରଣ ଖୁଣ୍ଟିଆ, ଶ୍ରୀମତୀ ପ୍ରଭାତ ମଞ୍ଜରୀ ମହାନ୍ତି, ଶ୍ରୀଯୁକ୍ତ ରାଧାମୋହନ ଦାଶ ଙ୍କ ସହିତ ଗୋପବନ୍ଧୁ ସେବା ସଂଘ ସମ୍ପାଦକ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପାତ୍ର, ଉପସଭାପତି ଶ୍ରୀଯୁକ୍ତ ନିରଞ୍ଜନ ଓଝା, ଶ୍ରୀଯୁକ୍ତ ଲିଙ୍ଗରାଜ ବାରିକ, ଶ୍ରୀଯୁକ୍ତ ସମୀର ରଞ୍ଜନ ରାଉତରାୟ, ଶ୍ରୀଯୁକ୍ତ କୃଷ୍ଣ ମୋହନ ବେହେରା, ଶ୍ରୀଯୁକ୍ତ ଅକ୍ଷୟ କୁମାର ନାୟକ ପ୍ରମୁଖ ଯୋଗଦେଇ ସାହିତ୍ୟ,ସେବା,ରାଜନୀତି, ସାମ୍ବାଦିକତା କ୍ଷେତ୍ରରେ ଗୋପବନ୍ଧୁ ଙ୍କ ଅବଦାନ ସଂକ୍ରାନ୍ତରେ ଆଲୋଚନା କରିଥିଲେ । “ଗୋପବନ୍ଧୁ ଏକ ଅଦ୍ୱିତୀୟ ପ୍ରତିଭା” ଶୀର୍ଷକ ବକ୍ତୃତା ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀ ଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯିବା ସହିତ ଜନସେବା କ୍ଷେତ୍ରରେ ନିମାପଡ଼ା ଡାକ୍ତରଖାନା ଫାର୍ମାସିଷ୍ଟ ଆଇ.ତ୍ରିନାଥ ପାତ୍ର, ମୁଖ୍ୟ ସେବିକା ଶ୍ରୀମତୀ ସାଧନା ମହାପାତ୍ର, ବ୍ଲକ ମହିଳା ସଂଗଠନ ସଭାନେତ୍ରୀ ଶ୍ରୀମତୀ ସୌଦାମିନୀ ବେହେରା, ସ୍ୱାଧିନତା ସଂଗ୍ରାମୀ ଦାୟଦ ସଂଘ ସଭାପତି ଶ୍ରୀଯୁକ୍ତ ଆର୍ତ୍ତବନ୍ଧୁ ସେନାପତି, ଅଭିରାମ ମଲ୍ଲିକ, ସମାଜସେବୀ ବିବେକାନନ୍ଦ ସାହୁ, ନିମାପଡା ଏନ.ଏ.ସି ସଫେଇ କର୍ମଚାରୀ ବିକାଶ କୁମାର ଘଡେ଼ଇ ଙ୍କ ସମେତ ନିମାପଡ଼ା ରେ ଗୋପବନ୍ଧୁ ଦାସ ଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା ରେ ମୁଖ୍ୟ ସହଯୋଗ ପ୍ରଦାନ କରିଥିବା “ଜାଗ୍ରତ ଯୁବଶକ୍ତି” ସଂଗଠନ ର ସଦସ୍ୟ ଅଭିଜିତ ମହାପାତ୍ର, ସନ୍ଦୀପ ଆଚାର୍ଯ୍ୟ ପ୍ରମୁଖ ବ୍ୟକ୍ତିବିଶେଷ ଙ୍କୁ “ଗୋପବନ୍ଧୁ ସେବା ସମ୍ମାନ” ରେ ସମ୍ମାନିତ କରାଯାଇଥିଲା । ଯୁବ ସଂଗଠକ ତଥା ଅଧ୍ୟାପକ ଆଦର୍ଶ ଦାଶ ଧନ୍ୟବାଦ ଅର୍ପଣ କରିବା ସହିତ ନିମାପଡ଼ା ମାଟିରେ ପୂଜ୍ୟପୂଜା ବ୍ୟବସ୍ଥା କୁ ଆହୁରି ଋଦ୍ଧିମନ୍ତ କରିବାକୁ ଆଗାମୀ ସମୟରେ ଅଧିକ କ୍ରିୟାଶୀଳ ଢଙ୍ଗରେ ସମସ୍ତଙ୍କ ସହଯୋଗ ନେଇ କାର୍ଯ୍ୟଧାରା ଜାରୀ ରହିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ ।


















Leave a Reply