ନିମାପଡା – ତା ୨୩/୦୯/୨୦୨୫ -ପିଙ୍ଗଳାକ୍ଷୀ ପବ୍ଲିକ ୱେଲଫେୟାର ଅର୍ଗାନାଇଜେସନ ଦ୍ୱାରା ପରିଚାଳିତ ପିଙ୍ଗଳାକ୍ଷୀ କଲେଜ ଅଫ ସ୍ପେସିଆଲ ଏଜୁକେସନର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ନିମାପଡାର ତଳଅଣ୍ଡିଆ ସ୍ଥିତ ପ୍ରଶାସନିକ ଭବନଠାରେ ବିଶ୍ୱ ସାଙ୍କେତିକ ଭାଷା ଦିବସ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ନିମାପଡା କଲେଜର ଏନ.ଏସ. ଏସ.ୟୁନିଟର ଛାତ୍ରଛାତ୍ରୀ ମାନେ ମଧ୍ୟ ଯୋଗଦେଇଥିଲେ I ଏହି ସଭାରେ ପିଙ୍ଗଳାକ୍ଷୀ କଲେଜ ଅଫ ସ୍ପେସିଆଲ ଏଜୁକେସନର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ମାନେ ସାଙ୍କେତିକ ଭାଷା ମାଧ୍ୟମରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରି ସମାଜରେ କିପରି ସାଙ୍କେତିକ ଭାଷାର ଆବଶ୍ୟକତା ଓ ବ୍ୟବହାର ବିଷୟରେ ଆଲୋଚନା କରିଥିଲେ I ଶ୍ରୁତି ବାଧିତ ମାନଙ୍କର ଯୋଗାଯୋଗ ନିମନ୍ତେ ବ୍ୟବହୃତ ସାଙ୍କେତିକ ଭାଷା ଏକ ଅଧିକାର ନୁହେଁ ବରଂ ତାହା ଏକ ମାନବୀୟ ଅଧିକାର ଅଟେ ବୋଲି ବ୍ୟକ୍ତI ମାନେ ନିଜ ମନ୍ତବ୍ୟ ପ୍ରଦାନ କରିଥିଲେ I ତେଣୁ ଶ୍ରୁତି ଭିନ୍ନକ୍ଷମ ବ୍ୟକ୍ତିମାନଙ୍କର ସାମାଜିକ ସମ୍ପର୍କ ତଥା ଶିକ୍ଷାଦାନ ପ୍ରକ୍ରିୟାରେ ସାଙ୍କେତିକ ଭାଷା ଏକ ଗୁରୁତ୍ୱପୁର୍ଣ ଅଂଶ ଗ୍ରହଣ କରିଥାଏ I ଏହି ସଭାରେ ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ନାୟକ, କୋଷାଧକ୍ଷ ଶ୍ରୀଯୁକ୍ତ ପଦ୍ମଲୋଚନ ମହାନ୍ତି, ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଗଗନ ବିହାରୀ ଦାସ ଏବଂ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ପ୍ରମୁଖ ଉପସ୍ଥିତ ଥିଲେ I


















Leave a Reply