ନିମାପଡା, ୧୬ ସେପ୍ଟେମ୍ବର –ନିମାପଡା ଠାରେ ଥିବା ଗୋଧନ ବାହୁଡା଼ ପଡିଆରେ ଶହୀଦ ସ୍ମୃତି ସଂସଦ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ଆନୁକୁଲ୍ୟରେ ନିମାପଡ଼ା ଶହୀଦ ଦିବସ ପାଳିତ ହୋଇଯାଇଛି।୧୯୪୨ ମସିହା ସେପ୍ଟେମ୍ବର ୧୬ ତାରିଖରେ ଇଂରେଜ ମାନଙ୍କ ଗୁଳିକାଣ୍ଡରେ ଶହୀଦ ହୋଇଥିବା ଉଛବ ମଲ୍ଲିକଙ୍କ ଉଦ୍ଦେଶ୍ୟରେ ପ୍ରତିବର୍ଷ ପରି ଏହି ବର୍ଷ ସେପ୍ଟେମ୍ବର ୧୬ ତାରିଖରେ ଅନୁଷ୍ଠିତ ହୋଇଯାଇଛି ଶହୀଦ ଦିବସ।ସ୍ୱାଧୀନତା ସଂଗ୍ରାମୀ ପୀଠ କେଉଟ ତୋଟାରୁ ଏକ ବିଶାଳ ମଶାଲ ଶୋଭାଯାତ୍ରା ଆସି ଶହୀଦ ଉଛବ ମଲ୍ଲିକଙ୍କ ସ୍ମୁତି ସ୍ତମ୍ବ ପାଖରେ ପହଂଚିବା ପରେ ତାଙ୍କୁ ଗାର୍ଡ ଅଫ ଅନର ଦିଆ ଯାଇ ପତାକା ଉତ୍ତୋଳନ କରାଯାଇ ଥିଲା।ପରେ ଏକ ସାଧାରଣ ସଭା ଆୟୋଜିତ ହୋଇଥିଲା।ଏହି ସଭାରେ ମୁଖ୍ୟ ଅତିଥି ଭାବେ ସମ୍ବାଦର ମୁଖ୍ୟ ସୌମ୍ୟରଞ୍ଜନ ପଟ୍ଟନାୟକ ତଥା ବରିଷ୍ଟ ସାମ୍ବାଦିକ ଯୋଗ ଦେଇ ସହିଦ୍ମାନଙ୍କ ପାଦପଦ୍ମରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ। ବିଭିନ୍ନ ଅନୁଷ୍ଠାନରୁ ଆସିଥିବା ପିଲା ମାନେ ଜାତୀୟ ସଙ୍ଗୀତ ଗାଇ, ମହାନ ସହିଦ୍ମାନଙ୍କର ବଳିଦାନକୁ ସ୍ମରଣ କରିଥିଲେ।
ସମାରୋହରେ ସ୍ଥାନୀୟ ନେତା,ସାମାଜିକ କର୍ମୀ, ଓ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କର ଭାଷଣ, ସାହିତ୍ୟିକ କାର୍ୟକ୍ରମ ଓ ଦେଶଭକ୍ତିଗୀତ ପ୍ରଦର୍ଶନ କରାଯାଇଥିଲା। ସହିଦ୍ ସ୍ମୃତି ସଂସଦର ସଭାପତି ପୂର୍ବତନ ମନ୍ତ୍ରୀ ସମିର୍ ରଞ୍ଜନ ଦାସ, “ସହିଦ୍ମାନଙ୍କର ବଳିଦାନକୁ ସଦା ସ୍ମରଣ କରି, ନୂତନ ପିଢ଼ୀଙ୍କୁ ଦେଶପ୍ରେମର ପ୍ରେରଣା ଦେବା’ ପାଇଁ ଏହି ଦିବସ ପ୍ରତିବର୍ଷ ପାଳନ କରାଯାଉଛି ବୋଲି କହିଥିଲେ।
ଏଥିରେ ହଜାର ହଜାର ସଂଖ୍ୟାର ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ଯୋଗଦେଇଥିବା ବେଳେ ସେମାନଙ୍କ ଭିତରେ କିପରି ଦେଶପ୍ରେମ ଜାଗ୍ରତ କରାଇ ହେବ ସେହି ବିଷୟରେ ଅତିଥି ମାନେ ଆଲୋଚନା କରିବା ସହ କିପରି ସମାଜ ପ୍ରତି ନିଜର ଦାୟିତ୍ୱକୁ ସୂଚାରୁରୂପେ ସମ୍ପାଦନ କରାଯାଇ ପାରିବ ସେ ସମ୍ପର୍କରେ ଗୁରୁତ୍ୱ ଦେଇଥିଲେ।ଶହିଦ ଦିବସରେ ଶହୀଦ ହୋଇଥିବା ବରପୁତ୍ର ମାନଙ୍କର ଦେଶ ପାଇଁ ଅବଦାନ ସମ୍ପର୍କରେ ମଧ୍ୟ ଆଲୋକପାତ କରିଥିଲେ।ପରେ ଅମର ସହିଦ୍ ଉଛବ ମଲ୍ଲିକଙ୍କ ସଂକ୍ଷିପ୍ତ ଜୀବନୀ ଉପରେ ଆଧାରିତ ବହି ବ୍ରହ୍ନିଶିଖା ଉନ୍ମୋଚନ କରାଯାଇଥିଲା।ଏଥିରେ ବିଜ୍ଞାପିତ ଅଞ୍ଚଳ ପରିଷଦର ପୁର୍ବତନ ଅଧକ୍ଷ ସନାତନ ପ୍ରଧାନଙ୍କ ସମେତ ସମସ୍ତ କାଉନ୍ ସିଲର ମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା।ଏହିସଭାରେ ଅନ୍ୟତମ ଅତିଥି ଭାବେ ଶହୀଦ ଉଛବ ମଲ୍ଲିକଙ୍କ ନାତି ଅଭିରାମ ମଲ୍ଲିକ, ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶ,ପଞ୍ଚାୟତ ସମିତି ଅଧ୍ୟକ୍ଷ ଶଙ୍କର ଭୋଇ,ବିଜ୍ଞାପିତ ଅଞ୍ଚଳ ପରିଷଦର ଉପାଧ୍ୟକ୍ଷ ସନ୍ତୋଷ ଦାଶ,ଶହୀଦ ସ୍ମୃତି ସଂସଦ ସମ୍ପାଦକ ବେଣୁଧର ସେନାପତି ଓ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଚିନ୍ମୟ ଦାସ,ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିଲେ।ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ନିମାପଡାରେ ସହିଦ୍ ଦିବସ ପାଳିତ

















Leave a Reply