ନିମାପଡା 15/9: ପୁରୀ ଜିଲ୍ଲା ନିମାପଡ଼ା ବାଲିପାଟଣା ମୁଖ୍ୟରାସ୍ତା ଶେଉଳ ସାହି ଏବଂ ଚାରିଛକ ରାସ୍ତା ଆମ୍ପୋର ନିକଟରେ ଆଜି ଗୋ ସୁରକ୍ଷା ସମିତି ପକ୍ଷରୁ ଶତାଧିକ ଚାଷୀ ମାନେ ଗାଈ,ଗୋରୁ ଓ ବୁଲା ଷଣ୍ଢ ମାନଙ୍କୁ ରାସ୍ତା ଉପରେ ଶୁଆଇ ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି।ରାସ୍ତା ଉପରେ ବୁଲୁଥିବା ସହ ସହ ଗାଈ ଗୋରୁ ଏବଂ ବୁଲା ଷଣ୍ଢ ମାନଙ୍କ ବୁଲିବା ଦ୍ୱାରା ଚାଷୀଙ୍କ ଚାଷ ବିଲ ନଷ୍ଟ ହେଉଥିବା ବେଳେ ପ୍ରତ୍ୟେକ ଦିନ କେହିନା କେହି ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ସରକାର ଏମାନଙ୍କ ସୁରକ୍ଷା ପାଇଁ ତୁରନ୍ତ ଗୋ ଶାଳାର ବେବ୍ୟସ୍ତା କରିବା ସହ ନଷ୍ଟ ହୋଇଥିବା ଚାଷ ଜମିର କ୍ଷତି ପୁରଣ ଦାବିରେ ରାସ୍ତା ଅବରୋଧ କରିଛନ୍ତି। ଏହାର ପ୍ରତିବାଦରେ ନିମାପଡା ତହସିଲ ସମ୍ମୁଖରେ ୭ଦଫା ଦାବି ନେଇ ପୁରୀ ଜିଲ୍ଲା ଗୋ ସୁରକ୍ଷା ସମିତି ସଭାପତି ପ୍ରଫୁଲ କୁମାର ବେହେରା ଙ୍କ ନେତୃତ୍ବରେ ଶତାଧିକ ଚାଷୀମାନେ ବୁଲା ଷଣ୍ଢ ମାନଙ୍କୁ ନେଇ ପ୍ରତିବାଦ କରିଥିଲେ। ପରେ ନିମାପଡା ତହସିଲ ଦାର ଘଟଣା ସ୍ଥଳରେ ପହଞ୍ଚି କୃଷକଙ୍କ ଅସୁବିଧା ଅନୁଭବ କରିବା ସହ କୃଷକଙ୍କ ଦାବିପତ୍ର ଗ୍ରହଣ କରିଥିଲେ। ଉଚ୍ଚ ପଦସ୍ତ ଅଧିକାରୀଙ୍କ ସହ ତୁରନ୍ତ କୃଷକଙ୍କ ସମସ୍ୟା ସମାଧାନ କରିବା ପାଇଁ ପ୍ରତିଶୃତି ଦେଇଥିଲେ।

















Leave a Reply