ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ନିମାପଡ଼ା- ବଳଙ୍ଗା ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଓ ତା ସହିତ ସମସ୍ତ ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ତାଗିଦ୍ କଲେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା

ପୁରୀ ଜିଲ୍ଲା ନିମାପଡ଼ା ବିଜ୍ଞାପିତ ପରିଷଦ ଅଂଚଳ ଅଧିନ ବ୍ଲକ ଛକ ନିକଟରେ ନିମାପଡ଼ା ରୁ ବଳଙ୍ଗା ନୂତନ ରାସ୍ତାର ଭିତ୍ତି ପ୍ରସ୍ଥର ସ୍ଥାପନ କରିଛନ୍ତି ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା | ନିମାପଡ଼ା –ବଳଙ୍ଗା ପୂର୍ତ୍ତ ବିଭାଗ ଅଧିନରେ ଥିବା ୧୪ .୧୫୦ କିମି ରାସ୍ତାର ଉନ୍ନତି କରଣ ର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ରାସ୍ତା ରାଜ୍ୟସରକାରଙ୍କ  ୩୬ କୋଟି ୯୫ ଲକ୍ଷ ଟଙ୍କାରେ ନିମାପଡ଼ା ବଳଙ୍ଗା ରାସ୍ତାର ଉନ୍ନତି କରଣ କରିବ । ଏହି ରାସ୍ତା ପେଭମେଣ୍ଟକ୍ବାଲିଟି କଂକ୍ରିଟମାଧ୍ୟମରେ କରାଯିବ। ଅର୍ତାତ ୧୪ କିମିରାସ୍ତାକୁ ସିମେଣ୍ଟ କଂକ୍ରିଟ ରେ ପରିଣିତ କରାଯିବ।  ଠିକାସଂସ୍ଥ| ପୂର୍ତ୍ତ ବିଭାଗ ଏଏସ.ଆଇ, ସୈାମ୍ୟରଞ୍ଜନ ଦ୍ବବେଦୀ, ନିର୍ବାହୀ ଯନ୍ତ୍ରୀ କୁାଶଳ ହେମ୍ବ୍ରମ, ସହକାରୀ ଯନ୍ତ୍ରୀ ଦିଲିପ ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ। ପରେ ନିମାପଡ଼ା ବ୍ଲକ ସମ୍ମିଳନୀ କକ୍ଷରେ ଆଜି ନିମାପଡ଼ା ଏବଂ ଗୋପ ଅନ୍ତର୍ଗନ୍ତ ୬୬ଟି  ଉଚ୍ଚ ବିଦ୍ୟାଳୟ ଓ ଆଦର୍ଶ ବିଦ୍ୟାଳୟର ଗୁଡ଼ିକର ଭିତ୍ତିଭୂମିର ଓ ଶିକ୍ଷାଦାନ ବିଷୟରେ ସମୀକ୍ଷା କରିଥିଳେ। ଏହି ସମୀକ୍ଷା ବୈଠକରେ ଜିଲା ଶିକ୍ଷା ଅଧିକାରୀ,ନିମାପଡ଼ା ଏବଂ ଗୋପ ବ୍ଲକର ଶିକ୍ଷା ମଣ୍ଡଳ ଅଧିକାରୀ , ନିମାପଡ଼ା ଓ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ମାନଙ୍କସହ ନିମାପଡ଼ା ବ୍ଳକର ୪୮ ଏବଂ ଗୋପ  ବ୍ଲକ ର ୧୮ ହାଇସ୍କୁଲ  ପ୍ରଧାନ ଶିକ୍ଷକମାନେ ଯୋଗଦେିଇ ବିଦ୍ୟାଳୟ ଗୁଡ଼ିକର ଭିତ୍ତିଭୂମି  କଣ ସବୁ  ବିଦ୍ୟାଳୟଗୁଡ଼ିକରପାଇଁ ଆବଶ୍ୟକତା ରହିଛି ତାହା  ଉପମୁଖ୍ୟ ମନ୍ତ୍ରୀ ଶ୍ରୀମତୀ ପରିଡ଼ା ପ୍ରଧାନ ଶିକ୍ଷକମାନଙ୍କ ଠାରୁ ପଚାରି ବୁଝିଥିଲେ।  ନିମାପଡ଼ା ଗୋପ ଅଂଚଳର ସମସ୍ତ ହାଇସ୍କୁଲର ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ନେଇ ଏକ ବୈଠକରେ ଯୋଗ ଦେଇଥିଲେ। ଏହି ବୈଠକରେ ସମସ୍ତ ବିଦ୍ୟାଳୟର ଭିତ୍ତି ଭୂମି, ଶିକ୍ଷକ ସମସ୍ୟା, ଛାତ୍ର ଛାତ୍ରୀଙ୍କ ସମସ୍ୟାର ସମାଧାନ ପାଈଁ ଆଲୋକପାତ କରାଯାଇଥିଲା।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *