ନିମାପଡା (20.08.25) ଡ଼ିଏ.ଭି ସ୍କୁଲ ନିମାପଡାରେ ନବ ମନୋନୀତ ଛାତ୍ରଛାତ୍ରୀଙ୍କର ଅଳଙ୍କରଣ ଦିବସ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବରେ ସ୍ୱୟଂ ଶାସିତ ମହାବିଦ୍ୟାଳୟ ନିମାପଡାର ବରିଷ୍ଠ ଅଧ୍ୟାପକ ଶ୍ରୀଯୁକ୍ତ ମାନସ ରଞ୍ଜନ ସ୍ୱାଇଁ ଯୋଗ ଦେଇଥିଲେ l ବିଦ୍ୟାଳୟର ସଂଗୀତ ଶିକ୍ଷକ ପୀତବାସ ନାୟକ ଏବଂ ଛାତ୍ର ଛାତ୍ରୀ ସ୍ୱାଗତ ସଂଗୀତ ଏବଂ ପୁଷ୍ପଗୁଚ୍ଛ ଦେଇ ମୁଖ୍ୟ ଅତିଥିଙ୍କୁ ସ୍ୱାଗତ କରିଥିଲେ l ବିଦ୍ୟାଳୟର ନବ ମନୋନୀତ ହେଡ଼ ବୟ ପ୍ରତ୍ୟୁଷ ପ୍ରସାଦ ପାଣି ଏବଂ ହେଡ଼ ଗାର୍ଲ ଜିଜ୍ଞାସା ସ୍ୱାଇଁଙ୍କୁ ମୁଖ୍ୟ ଅତିଥି, ବିଦ୍ୟାଳୟର ପ୍ରିନସିପାଲ ଓ ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ଅମୂଲ୍ୟ କୁମାର ଶତପଥି ସ୍ୱାଗତ କରିବା ସହ ଶପଥ ପାଠ କରାଇଥିଲେ l ବିଦ୍ୟାଳୟର ପ୍ରତ୍ୟେକ ହାଉସ ଯଥା- ଏକଲବ୍ୟ ହାଉସର କ୍ୟାପଟେନ ସୁବ୍ରତ କୁମାର , ସହାୟକ କ୍ୟାପଟେନ ସୌମ୍ୟା ସୁଦୀପ୍ତା ସାହୁ ଆରୁଣୀ ହାଉସ କ୍ୟାପଟେନ ଫାରିଶ ଖାନ ସହାୟକ କ୍ୟାପଟେନ ଶୁଭଲକ୍ଷ୍ମୀ ବାରିକ ନଚିକେତା ହାଉସ କ୍ୟାପଟେନ ମଧୁସୂଦନ ପଣ୍ଡା ସହାୟକ କ୍ୟାପଟେନ ସିଦ୍ଧି ସର୍ବାଣି ଦାଶ ଓ ଉପମନ୍ୟୁ ହାଉସ କ୍ୟାପଟେନ ସାଇ ସ୍ୱରୂପ ମିଶ୍ର ସହାୟକ କ୍ୟାପଟେନ ଗୁନଗୁନ ପଟ୍ଟନାୟକ ଶପଥ ଗ୍ରହଣ କରିଥିଲେ l ଶିଷ୍ୟ ଏକଲବ୍ୟ, ଆରୁଣୀ, ନଚିକେତା ଏବଂ ଉପମନ୍ୟୁଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ କର୍ତ୍ତବ୍ୟ ନିଷ୍ଠା, ପରୋପକାରୀ, ଆଜ୍ଞା ବାହକ ହୋଇ ସମାଜର କଲ୍ୟାଣ ସାଧନ କରିବା ପାଇଁ ବରିଷ୍ଠ ଶିକ୍ଷକ ଅମୂଲ୍ୟ କୁମାର ଶତପଥି କ୍ୟାପଟେନ ମାନଙ୍କୁ ଉପଦେଶ ଦେଇଥିଲେ l ଏକଲବ୍ୟ ହାଉସ ଦାୟିତ୍ୱ ଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା ସା ଓ ଅସିତ କୁମାର ପାଣିଗ୍ରାହୀ ଆରୁଣୀ ହାଉସ ଦାୟିତ୍ୱ ଶିକ୍ଷୟିତ୍ରୀ ବାଗେଶ୍ବରୀ ଦାଶ ଓ ଶିକ୍ଷକ ରମାକାନ୍ତ ସାମନ୍ତ ସିଂହାର ନଚିକେତା ହାଉସ ଦାୟିତ୍ୱ ଶିକ୍ଷୟିତ୍ରୀ ମିଲି ଦାସ ଓ ଶିକ୍ଷକ ରାମଚନ୍ଦ୍ର ଓଝା ଉପମନ୍ୟୁ ହାଉସ ଶିକ୍ଷକ ଶରତ ପାତ୍ର ଓ ମାଧବ ମଲ୍ଲିକଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଛି l ପୂର୍ବ ବର୍ଷର କ୍ୟାପଟେନ, ହେଡ଼ ବୟ, ହେଡ଼ ଗାର୍ଲ ନବ ମନୋନୀତ ସଦସ୍ୟଙ୍କୁ ସ୍ୱାଗତ ସମ୍ୱର୍ଦ୍ଧନା ଜଣାଇଥିଲେ l ମୁଖ୍ୟ ଅତିଥି ନବ ମନୋନୀତ ସଦସ୍ୟଙ୍କୁ ବିଦ୍ୟାଳୟରେ ଶୃଙ୍ଖଳା, ସୁରକ୍ଷା ଏବଂ ବିକାଶ ପାଇଁ ଉପଦେଶ ଦେଇଥିଲେ l ବିଦ୍ୟାଳୟର ପ୍ରିନସିପାଲ ଏମ. ଏମ. ହକ ନବ ମନୋନୀତ ସଦସ୍ୟଙ୍କୁ ପାଠ ପଢିବା ସହ ସଠିକ ନେତୃତ୍ୱ ନେବା, ଉତ୍ତମ ଚରିତ୍ର ଗଠନ କରି ସୁନାମ ଅର୍ଜନ କରିବା ପାଇଁ ଉପଦେଶ ଦେଇଥିଲେ l ବରିଷ୍ଠ ଶିକ୍ଷୟିତ୍ରୀ ଏମ. ନସରିନ ଏବଂ ଲଷ୍ମୀପ୍ରିୟା ସା ଅଳଙ୍କରଣ ସମାରୋହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ବିଦ୍ୟାଳୟର ଶାରୀରିକ ଶିକ୍ଷକ ଶୁଭମ କୁମାର ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵlବଧାନରେ ସମାରୋହ ଅନୁଷ୍ଠିତ ହୋଇଥିଲା l ବରିଷ୍ଠ ଶିକ୍ଷୟିତ୍ରୀ କଲ୍ୟାଣୀ ଇତିଶ୍ରୀ ମିଶ୍ର ମୁଖ୍ୟ ଅତିଥି, ପ୍ରିନସିପାଲ, ହେଡ ବୟ, ହେଡ ଗାର୍ଲ, କ୍ୟାପଟେନ, ସହ କ୍ୟାପଟେନ ଏବଂ ଛାତ୍ରଛାତ୍ରୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
ଡ଼ି.ଏ.ଭି ପବ୍ଲିକ ସ୍କୁଲ ନିମାପଡାରେ ନବ ମନୋନୀତ ଛାତ୍ର ଛାତ୍ରୀଙ୍କର ଅଳଙ୍କରଣ ସମାରୋହ ଅନୁଷ୍ଠିତ



















Leave a Reply