ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ପୁରୀ ଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତରେ ହେବ ଜଗନ୍ନାଥ ବାଟିକା।

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଦ୍ୱାରା ୭୬ତମ ବନ ମହୋତ୍ସବ ନିମାପଡ଼ାର ହଂସପଡ଼ା ଆଦର୍ଶ ବିଦ୍ୟାଳୟ ପରିସରରେ ଉଦଘାଟିତ ହୋଇଯାଇଛି I ଏହି ଅବସରରେ ସେ ଆଦର୍ଶ ବିଦ୍ୟାଳୟ ପରିସରରେ ଜଗନ୍ନାଥ ବାଟିକାର ଶୁଭାରମ୍ଭ କରିଛନ୍ତି। ପୁରୀ ଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତରେ ହେବ ଜଗନ୍ନାଥ ବାଟିକା। ଆଗାମୀ ଦିନରେ ମହାପ୍ରଭୁ ଜଗନ୍ନାଥଙ୍କ ରଥପାଇଁ ଆବଶ୍ୟକ କାଠ ପୁରୀ ଜିଲ୍ଲା ହିଁ ଯୋଗାଇବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପ୍ରକାଶ କରିଥିଲେ।
ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଆଜିର ସମୟରେ ବୃକ୍ଷର ଉପକାରିତା ବିଷୟରେ ବୁଝାଇବା ସହ ବିଦ୍ୟାଳୟ ପରିସରରେ ଆଗାମୀ ସମୟରେ ଅଧିକରୁ ଅଧିକ ବୃକ୍ଷ ରୋପଣ କରିବା ପାଇଁ ଅନୁରୋଧ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ପୁରୀ ବନଖଣ୍ଡ ଅଧିକାରୀ ମଗଦ ଧନୋଜି ରାସୋ, ଆଦର୍ଶ ବିଦ୍ୟାଳୟ ଅଧକ୍ଷ ବାପି ମାଝୀ, ସ୍ଥାନୀୟ ସରପଞ୍ଚ ତପନ ମଲ୍ଲିକଙ୍କ ସମତେ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀମାନେ ଉପସ୍ଥିତ ଥିଲେ।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *