ଅସ୍ତ୍ରମାନବ ଅବଦୁଲ କଲାମ
(ରାଗ – ଆଷାଢଶୁକ୍ଳ)
💐💐💐💐💐💐💐
ମାହେଶ୍ଵରୀ ଦାଶ
ନିମାପଡା
ଉତ୍ସର୍ଗ ବଖାଣେ ଜୀବନ ସଂଜ୍ଞା
ଦାରିଦ୍ର୍ଯ ଭାଷଇ ଅନନ୍ତ ପ୍ରଜ୍ଞା
ତ୍ୟାଗ ତିତିକ୍ଷାର ଦୀପ୍ତ ମୂରତି
ଶ୍ରମ ଅନୁଦାନେ ଗଢା କୀରତି
ଅମୂଲ୍ୟ ସଂପଦ
ଅନ୍ତର୍ଦୃଷ୍ଟି ମଧ୍ୟେ ନିଷ୍ପନ୍ନ ଶବ୍ଦ।💐
ଦେଶ ମାତୃକାର ଚରଣ ଧୂଳି
ମସ୍ତକର ଯାର ଚିର ମଉଳି
ଦାରୁଣ ଶୈଶବ ନେତ୍ର ପରିଧି
ଅନ୍ତରୀକ୍ଷ ଦୃଷ୍ଟି ଭାଳେ ପ୍ରସିଦ୍ଧି
ଅନନ୍ୟ ନାୟକ
ଶୂନ୍ୟର ରଚିଲେ ପ୍ରଜ୍ଞାବାହକ।💐
ବୈଷୟିକ ଜ୍ଞାନ କୌଶଳ ସିଞ୍ଚି
ନଵ ଅଭିଜ୍ଞତା ତନ୍ମଧ୍ୟେ ବିଞ୍ଚି
ଆବିଷ୍କାର କଲେ ଶୂନ୍ୟ ଭାସ୍କର୍ଯ୍ୟ
ଦୀପ୍ତିମନ୍ତ ତେଜ ଭରେ ଐଶ୍ଵର୍ଯ୍ୟ
ଅମ୍ଳାନ ପ୍ରତିଭା
ନିର୍ମାଣ ଚାତୁର୍ଯ୍ୟ ଅପୂର୍ବ ବିଭା।💐
ଦେଶ ସୁରକ୍ଷାର ଶକ୍ତ କବଚ
ଅର୍ଥକୋଷୁ ମାଗେ ସ୍ୱଳ୍ପ ଖରଚ
ଅଗ୍ନି ଓ ତ୍ରିଶୂଳ ପୃଥ୍ୱୀ ଆକାଶ
ଜ୍ଞାନ ଗରିମାର ଭବ୍ୟ ବିକାଶ
ଅକ୍ଲାନ୍ତ ଆରୋହୀ
ଅନୁସୃଜନ ନିଃସ୍ୱାର୍ଥ ନିର୍ମୋହୀ।💐
ତୁଷ୍ଟ ବାଗ୍ମୀତାର ଶାଣିତ ବାଣୀ
ଅନନ୍ତ ପ୍ରେରଣାସିକ୍ତ କାହାଣୀ
ଜୀବନ ଦର୍ଶନ ମହା ଆଦର୍ଶ
ମୂଲ୍ୟବୋଧ ମଧ୍ୟେ ଭାସେ ଉତ୍କର୍ଷ
ଅସୀମ ଆହ୍ୱାନ
ଦେଶଭକ୍ତି ଭାବ କରଇ ଗାନ।💐
ବିଜ୍ଞାନରେ ରାଷ୍ଟ୍ରନୀତି ଚରିତ୍ର
ଦିବ୍ୟ ଆୟୁଧର ବଳିଷ୍ଠ ଚିତ୍ର
ଅତୂଲ୍ୟ ଦକ୍ଷତା ଅମୂଲ୍ୟ କୃତି
ଅସ୍ତ୍ରମାନବଙ୍କ ଜ୍ଞାନ ନିଃସୃତି
ଅମର ବ୍ୟକ୍ତିତ୍ୱ
ଅନୁପମ ସର୍ଜନାର କୃତିତ୍ବ।💐
ଲେଖନୀ ମୁନର ଗାମ୍ଭୀର୍ଯ୍ୟ ରାଗ
ଦିଗ୍ଦର୍ଶନ ଭରା ଚିନ୍ତନ ଭାବ
‘ୱିଙ୍ଗ୍ ଅଫ୍ ଫାୟାର ‘ ଇଣ୍ଡିଆ -2020
ଅମୃତ ଭାବନା ଆଣେ ସାଉଁଟି
ଅଶେଷ ଗରିମା
ଜ୍ଞାନକୋଷର ଦୀପ୍ତ ଅରୁଣିମା।💐
ଦକ୍ଷିଣ ଉପକୂଳର ସୁନାମ
ରାମେଶ୍ଵର ପୁଣ୍ୟ ପ୍ରବାହ ଧାମ
ତାମିଲନାଡୁର ବିରଳ ଛବି
ଆୟୁଧ ଆକାଶ ବିମଳ ରବି
ଅକ୍ଷୟ ଶାଶ୍ଵତ
ଭବିଷ୍ୟତ ମାର୍ଗଦର୍ଶୀ ଖଦ୍ୟୋତ।💐
ଅୟୁତ ଜୁହାର ଚରଣେ ତବ
ପୂତ ବସୁଧାର ମହାମାନବ
ଆଶିଷେ ଝରାଅ ପ୍ରଗତିଧାରା
ସୃଷ୍ଟି ହେଉ ତୁମ୍ଭ ଆତ୍ମଜ ଚାରା
ଅମାପ ସମ୍ମାନ
କରୁଥାଉ ତୁମ୍ଭ କୀରତି ଗାନ।💐














Leave a Reply