ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ବଳଙ୍ଗା ନାବାଳିକା ଙ୍କ ୪ ଜଣ ସାଙ୍ଗଙ୍କ ବୟାନ ରେକର୍ଡ

ନିମାପଡ଼ା (ବିଭୁତି ଟିଭି ) ବଳଙ୍ଗା ନାବାଳିକା ପୋଡି ଘଟଣାରେ ନାବାଳିକାଙ୍କ ୪ ଜଣ ସାଙ୍ଗଙ୍କ ସାକ୍ଷୀ ଗ୍ରହଣ। ମାନ୍ୟବର ନିମାପଡା କୋର୍ଟରେ ହାଜର କରାଯାଇ ବୟାନ ରେକର୍ଡ କରାଯାଇଛି । ପୁରୀ ଏସପି ପିନାକ ମିଶ୍ର ପ୍ରତିକ୍ରିୟା ରେ ବଳଙ୍ଗା ଘଟଣା ଉପରେ ତଦନ୍ତ ଆହୁରି ଚାଲିଛି |ପୁଲିସ୍ ଏବଂ କ୍ରାଇମ୍‌ ବ୍ରାଞ୍ଚ ପିଡିତାର ସାଙ୍ଗ ଓ ପିଉସୀ ସମେତ ୪ ଜଣଙ୍କୁ ଉପସ୍ଥିତ କରିଥିଲା ସେମାନଙ୍କୁ ଧାରା ୧୬୦ ଅନୁଯାୟୀ ତାଙ୍କ ବୟାନ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି (ଜେ.ଏମ୍.ଏଫ୍.ସି)ଙ୍କ ଅଦାଲତରେ ରେକର୍ଡ କରିଛି। ଏହି ଘଟଣା ଘଟିଥିବା ସ୍ଥାନରେ ତଦନ୍ତ କରୁଥିବା ସମୟରେ କିଛି ଜିନିଷ ସେଠାରୁ ମିଳିଥିଲା। ସେହି ଜିନିଷପତ୍ର ଗୁଡିକୁ ସିଲ୍ କରି ଜାଞ୍ଚ ପାଇଁ ଫରେନ୍‌ସିକ୍ ଡିପାର୍ଟମେଣ୍ଟକୁ ପଠାଯାଇଛି। ତଦନ୍ତ କରୁଥିବା ଅଧିକାରୀ କହୁଛନ୍ତି ଯେ ତଦନ୍ତ ଯାହାବି କରୁଛୁ ଟିକିନିଖି କରି | ସମୟ ଟିକେ ଲାଗୁଛି! ତଦନ୍ତରେ କୌଣସି ପ୍ରକାର ଦିଗ ଯେମିତି ନ ଛାଡୁ ସେଥିପ୍ରତି ଧ୍ୟାନ ରଖୁଛୁ!

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *