ଭୁବନେଶ୍ୱର-୨୦ ଜୁଲାଇ ୨୦୨୫ ଗୋଦାବରୀ ସାହିତ୍ୟ ସ୍ମୃତି ସଂସଦ ଭବନରେ ଜାତୀୟ ମାନବାଧିକାର ସାମାଜିକ ନ୍ୟାୟ ପରିଷଦ, ଓଡିଶା ରାଜ୍ୟ ଶାଖା ର ପ୍ରଥମ ସାଧାରଣ ବୈଠକ ବଡ଼ ଉତ୍ସାହ ଓ ସଫଳତା ସହିତ ଅନୁଷ୍ଠିତ ହେଲା।ଏହି ବୈଠକରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ଅଧିକାରୀ, କର୍ମୀ ଓ ସଦସ୍ୟମାନେ ସକ୍ରିୟ ଭାଗ ନେଇଥିଲେ। ସେଠାରେ ଆଗାମୀ କାର୍ଯ୍ୟଯୋଜନା, ମାନବାଧିକାର ଜାଗରୁକତା, ମହିଳା ସଶକ୍ତିକରଣ, ନ୍ୟାୟ ଓ ସମାଜିକ ସୁଧାର ବିଷୟରେ ଗଭୀର ଆଲୋଚନା ହେଲା।ବୈଠକର ଅଧ୍ୟକ୍ଷତା କରିଥିଲେ ରାଜ୍ୟ ଅଧ୍ୟକ୍ଷ ଶ୍ରୀ ବସୁଦେବ ସେଠି। ରାଜ୍ୟ ସଚିବ ଶ୍ରୀ ନୃସିଂହ ଚରଣ ମାନସିଂହ ମୂଖ୍ୟ କାର୍ଯ୍ୟପଦ୍ଧତି ଓ ଆଗାମୀ କାର୍ଯ୍ୟସୂଚୀ ଉପସ୍ଥାପନ କରିଥିଲେ। ମହିଳା ରାଜ୍ୟ ଅଧ୍ୟକ୍ଷ ଶ୍ରୀମତୀ ଶ୍ରଦ୍ଧାଞ୍ଜଳି ଦାଶ ମହିଳା ଅଧିକାର ବିଷୟରେ ଉଜାଗର କରିଥିଲେ। ମହିଳା ଉପାଧ୍ୟକ୍ଷ ଶ୍ରୀମତୀ ଜୟଶ୍ରୀ ପାତ୍ର ଗ୍ରାମୀଣ ତଳ ସ୍ତରରେ ମହିଳା ସଶକ୍ତିକରଣ ଉପରେ ଜୋର ଦେଇଥିଲେ। ରାଜ୍ୟ ମହିଳା ଶାଖା ସମ୍ପାଦକ ଶ୍ରୀମତୀ ଗୀତାଞ୍ଜଳୀ ସେଠୀ ମହିଳା ଅଭିକାର ଓ ଅଞ୍ଚଳୀୟ ଭୂମିକା ବିଷୟରେ ବିଶେଷ ଉଲ୍ଲେଖ କରିଥିଲେ। ରାଜ୍ୟ କାର୍ଯ୍ୟକାରି ସଭାପତି ଶ୍ରୀମତୀ ସନ୍ତୋଷୀ ଜାଲୀ ସଂଗଠନର ତଳସ୍ତର ଲାଗି ସଂଘଟିତ କାର୍ଯ୍ୟ ପ୍ରସ୍ତୁତ କରିଥିଲେ।
ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ସ୍ୱର୍ଣ୍ଣମୟୀ ରାଉତ ଓ ଉପାଧ୍ୟକ୍ଷ ଶ୍ରୀ କିଶୋର ଚନ୍ଦ୍ର ପ୍ରଧାନ ଙ୍କୁ ଗଭୀର ସମ୍ମାନ ଜଣାଯାଇଥିଲା। ସଭା ଚାଳନା କରିଥିଲେ ଆଇନଜୀବୀ, ସମାଜସେବୀ ମାନସ ରଥ। ସହଯୋଗୀ ଭାବରେ ହବିବୁର ରେହେମନ୍ ଚାଚ ଏହି ସାଧାରଣ ବୈଠକର ସଂଗଠନ ଓ ପରିଚାଳନାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ।
ପ୍ରତ୍ୟେକ ଜିଲ୍ଲାରୁ ଆସିଥିବା ଅଧିକାରୀମାନେ ନିଜ ଅଞ୍ଚଳର ଅବସ୍ଥା, ଅନ୍ୟାୟ, ଶୋଷଣ, ଓ ବଞ୍ଚିତ ଦଳମାନଙ୍କ ପ୍ରତି ନ୍ୟାୟ ବିଷୟରେ ଗଭୀର ବକ୍ତବ୍ୟ ରଖିଥିଲେ। ବୈଠକ ଶେଷରେ ଏକ ଏକତାର ଓ ନ୍ୟାୟ ପ୍ରତିଶ୍ରୁତି ସ୍ୱର ଉପସ୍ଥାପନ କରାଯାଇଥିଲା। ଅନେକ ନୂଆ ସଦସ୍ୟଙ୍କ ନିଯୁକ୍ତି ସହିତ ସଂଗଠନ ଆଗାମୀ ଦିନରେ ଓଡିଶାରେ ମାନବାଧିକାର ଓ ନ୍ୟାୟ ପ୍ରଚାରରେ ଅଗ୍ରଣୀ ଭୂମିକା ନେବ ବୋଲି ଆଶା ବ୍ୟକ୍ତ କରାଯାଇଛି।

















Leave a Reply