
ଡ. ରବୀନ୍ଦ୍ରନାଥ ପାଢୀ
କେବେ ତୁମେ କଦମ୍ବର ହାର
କେବେ ତୁମେ ଲାଜଦେହ
ଓଦା ସର ସର l
କେବେ ତୁମେ ଝିପି ଝିପି ଆସ
ଦେଇଯାଅ ଅଙ୍ଗେଅଙ୍ଗେ
ଉଷୁମ ପରଶ l
କେବେ ତୁମେ ସ୍ଵପ୍ନଭରା ରାତି
ଲୁଚିଲୁଚି ମାପୁ ଥାଅ
ବିରହର ତାତି l
କେବେ ତୁମେ ଲିଭାଅ ନିଆଁକୁ
ଆଉ କେବେ ନିଆଁ ହୋଇ
ଜଳାଅ ହିଆକୁ l
କେବେ ତୁମେ ଅମାନିଆ ହୋଇ
ମନଇଚ୍ଛା ନୀଳକଇଁ
ଦେହ ଯାଅ ଛୁଇଁ l
କେବେ ତୁମେ ଓଳିତଳ ପାଣି
କାଗଜର କୁନି ଡଙ୍ଗା
ନିରୀହ ଚାହାଁଣୀ l
କେବେ ତୁମେ ଅସରନ୍ତି ଧାରା
ଉଜାଗର ଅମା ରାତି
ଲୁହ ଆଖି ସାରା l
ପ୍ରାଧ୍ୟାପକ, ଉଦ୍ଭିଦବିଜ୍ଞାନ ବିଭାଗ
ନିମାପଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟ, ନିମାପଡ଼ା
ପୁରୀ, ମୋ – 9437185862 –














Leave a Reply