ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ସରକାରୀଯୋଜନା ଲୋକଙ୍କ ପାଖରେ ପହଞ୍ଚିପାରୁ ନାହିଁ

କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା ପରେ ଯୋଜନା କରୁଛନ୍ତି। କିନ୍ତୁ ଯୋଜନା ଲୋକଙ୍କ ପାଖରେ ପହଞ୍ଚିପାରୁ ନାହିଁ। ଯଦିବା ଲୋକଙ୍କ ପାଖରେ ଯୋଜନା ପହଞ୍ଚାଇବାର ଦାୟିତ୍ୱ ପ୍ରଶାସନ ହାତରେ। କିନ୍ତୁ ଦୁଭାର୍ଗ୍ୟ ଓ ବିଡ଼ମ୍ବନାର କଥା, ଜନମଙ୍ଗଳକାରୀ ଯୋଜନା ବାବଦରେ କେତେକ ଅଫିସର ବୁଝିପାରୁନାହାନ୍ତି କି ଲୋକଙ୍କୁ ସଚେତନ କରୁନାହାନ୍ତି।
ଏଭଳି ସଙ୍ଗୀନ ପ୍ରସଙ୍ଗ ଉଠାଇଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମପାଟି। ଖାଲି ସେତିକି ନୁହେଁ, ରାଜ୍ୟରେ ୯୫% ଲୋକ କେନ୍ଦ୍ରୀୟ ଯୋଜନାର ସୁବିଧା ଜାଣିନାହାନ୍ତି। ମାତ୍ର ୫ ପ୍ରତିଶତ ଲୋକ ବିଭିନ୍ନ ସାମାଜିକ ଯୋଜନା ବାବଦରେ ଅବଗତ ଅଛନ୍ତି ବୋଲି କହିଛନ୍ତି ରାଜ୍ୟପାଳ। ଯାହା ଯୋଜନାର ସଫଳ କାର୍ଯ୍ୟକାରିତାକୁ ପଦାରେ ପକାଇଛି।
ସରକାରୀଙ୍କ ପକ୍ଷରୁ ହେଉଥିବା ଯୋଜନା ବାବଦରେ କିଛି ବାବୁ ଜାଣୁନାହାନ୍ତି ଏକଥା ଉଠାଇ ପ୍ରାଶାସନିକ ଅବହେଳାକୁ ପଦାରେ ପକାଇଛନ୍ତି ରାଜ୍ୟପାଳ। କେବଳ ଏତିକି ନୁହେଁ ଲୋକଙ୍କ ସରକାରରେ ଲୋକଙ୍କ ଅଭିଯୋଗର ସମାଧାନ ତ୍ୱରିତ ହେଉନି ବୋଲି ପୁଣିଥରେ ଚେତାଇ ଦେଇଛି ସାଧାରଣ ପ୍ରଶାସନ ବିଭାଗ।
ଗତ ଫେବ୍ରୁଆରି ୪ ଓ ମେ ୨୨ରେ ଚିଠି ଲେଖି ଲୋକଙ୍କ ଅଭିଯୋଗ ଶୀଘ୍ର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲା ସିଏମଓ କିନ୍ତୁ ସାଧାରଣ ପ୍ରଶାସନର ଚିଠି ସଙ୍କେତ ଦେଉଛି, ସ୍ଥିତି ଯଥା ପୂର୍ବଂ ତଥା ପରଂ।
ଅଥାର୍ତ ତୃଣମୂଳସ୍ତରର ଅଫିସର ମାନେ ଜନଶୁଣାଣି ଅଭିଯୋଗର ଶୁଣାଣି ନ କରି ମନମାନି କରୁଛନ୍ତି। ତେବେ ରାଜ୍ୟପାଳଙ୍କ ଉଦବେଗ ଓ ସାଧାରଣ ପ୍ରଶାସନ ବିଭାଗର ଏ ଚିଠିକୁ ନେଇ ପ୍ରଶ୍ନ ଉଠୁଛି। କାହିଁକି ମନମାନି କରୁଛନ୍ତି ବାବୁ? ଅଭିଯୋଗ ଶୁଣାଣିକୁ ଅବହେଳା କରିବାର କାରଣ କ’ଣ?

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *