ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ଆମେ ତ ପାଠୁଆ ବୋଲି

ଆମେ ତ ପାଠୁଆ ବୋଲି

ଆମେ ତ ପାଠୁଆ ବୋଲି

ତୁଛାକୁ ଗରବେ ଛାତି ଠେଲି ସର୍ବେ
ବାହାସ୍ପୋଟ ମାରୁ ଖାଲି
ଆମେ ତ ପାଠୁଆ ବୋଲି ।।

ଘରକୁ ସୁନ୍ଦର ଘରଣୀ ଆମର
ନୀତିକୁ ସାରଥୀ କରି
ତଡୁ ଜରଶ୍ରମେ ବାପା ବୋଉ ଆମେ
ବୁଢ଼ା ବୁଢୀ ହେଲେ ବୋଲି
ଭାଇ, ଭାଇକୁ ଭାବେ ଭଗାରି
ହାତ ହତିଆରେ ଚଉଦପା ଆମେ
ଭାଇ ରକ୍ତେ ଖେଳୁ ହୋଲି
ଆମେ ତ ପାଠୁଆ ବୋଲି ।।

ବାସୁଛି ଶ୍ୱଶୁର ଶାଶୁଙ୍କ ବିଚାର
ନିଜର ଯେ ଶଳା ଶାଳୀ
ଭାତୃ ଭଗ୍ନୀ ପର ଆସନ୍ତିନି ଘର
ଲାଗନ୍ତି ପଡୋଶୀ ପରି
ସବୁ, ସ୍ନେହ ମମତାକୁ ଭୁଲି
ଭଉଣୀଟା ରୋଷେ ଘରେ ଅଡି ବସେ
ନେବ ତା ଭାଗଟା ବୋଲି
ଆମେ ତ ପାଠୁଆ ବୋଲି ।।

ମୁନାଫାର ବିନା ସାହାଯ୍ୟ ମିଳେନା
ଯାଉ ପଛେ କିଏ ମରି
ନିଜେ ବଞ୍ଚିଥିଲେ ବାପା ନାମ ରୁହେ
ଟାଳ ଟୁଳ ନୀତି ଧରି
ଆମେ,କର୍ତ୍ତବ୍ୟକୁ ଯାଉ ଭୁଲି
ମିଛ ଟାଉଟରି ଚୋରି ଦାରୀ ନାରୀ
ବିଛାଇଛି ପଶା ପାଲି
ଆମେ ତ ପାଠୁଆ ବୋଲି ।।

ଅନ୍ତସତ୍ତ୍ଵା ହୁଏ ନା ବାଳିକାଟିଏ
ଲାଗି ଗୁରୁପ୍ରେମ ଡୋରି
ଘରେ ଛୁଆ ଛାଡି ରସିକ ନାଗରୀ
ଯାଇଛି ଘଇତା କରି
ଏଣେ, ଆଇନକୁ ଡରି ମରି
ବିଚରା ସ୍ଵାମୀଟା ହେଉଛି ହିନସ୍ଥା
ଛୁଆ ଦୁଇଟାଙ୍କୁ ପାଳି
ଆମେ ତ ପାଠୁଆ ବୋଲି ।।

ନିଶାରେ ଝୁମନ୍ତି ଏ ମଣିଷ ଜାତି
ଦୁର୍ନୀତି ଗଲାଣି ବଳି
ସବୁଠି ଭେଜାଲ ହୁଏ କାରବାର
ରୋଗ ଆସେ ଭଳି ଭଳି
ନାନା, ଯନ୍ତ୍ର ଉଦ୍ଭାବନ କରି
ଧ୍ଵଂସ ଆଭିମୁଖ୍ୟ ଏ ସାରା ଜଗତ
କାଳ ଡାକେ ହାତ ଠାରି
ଆମେ ତ ପାଠୁଆ ବୋଲି ।।


କାଳନ୍ଦୀ ଚରଣ ପାଳ

ପାଳସାହି, ବାଲିପାଟଣା, ଖୋର୍ଦ୍ଧା

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *