ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ଖାଲଖମା ରେ ଭର୍ତ୍ତି ନିମାପଡ଼ା ର ମୁଖ୍ୟ ରାସ୍ତା: ଦଶହରା ପୂର୍ବରୁ ସ୍ଥାୟୀ ମରାମତି ପାଇଁ ଜିଲ୍ଲାପାଳଙ୍କୁ ‘ଜାଗ୍ରତ ଯୁବଶକ୍ତି’ର ଦାବିପତ୍ର

ନିମାପଡ଼ା, ୭/୧୦ (ବିଭୂତି ଟିଭି): ଦୀର୍ଘଦିନ ଧରି ନିମାପଡ଼ା ଅଞ୍ଚଳର ବିଭିନ୍ନ ମୁଖ୍ୟ ରାସ୍ତା ଶୋଚନୀୟ ହୋଇପଡ଼ିଥିବା ବେଳେ ରାସ୍ତା ସାରା ଛୋଟବଡ଼ ଖାଲଖମା ସୃଷ୍ଟି ହୋଇଛି। ଏହା ଯୋଗୁଁ ଯାତାୟାତ ରେ ସମସ୍ୟା ସୃଷ୍ଟି ହେବା ସହ ଦୁର୍ଘଟଣାର ଆଶଙ୍କା ବଢ଼ିଥିବା ରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ଏହି ଜନସ୍ୱାର୍ଥ ସମସ୍ୟାର ସ୍ଥାୟୀ ସମାଧାନ ଦାବିରେ ‘ଜାଗ୍ରତ ଯୁବଶକ୍ତି’ ସଂଗଠନ ପକ୍ଷରୁ ପୁରୀ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଆଗାମୀ ଦୁର୍ଗାପୂଜା ଓ ଦଶହରା ପୂର୍ବରୁ ନିମାପଡ଼ା ଅଞ୍ଚଳର ମୁଖ୍ୟ ରାସ୍ତା ଗୁଡ଼ିକର ପୂର୍ଣ୍ଣାଙ୍ଗ ଓ ସ୍ଥାୟୀ ମରାମତି କରିବାକୁ ସଂଗଠନ ଦାବି କରିଛି।
ସଂଗଠନ ପକ୍ଷରୁ ନିମ୍ନଲିଖିତ ରାସ୍ତା ଗୁଡ଼ିକର ମରାମତି ପାଇଁ ଦାବି କରାଯାଇଛି
୧. ନିମାପଡ଼ା ରୁ କୋଣାର୍କ ରାଜପଥ — ଭାୟା ଗୋପ।
୨. ନିମାପଡ଼ାରୁ କାକଟପୁର ରାଜପଥ — ଭାୟା ଚାରିଛକ, ତୁଳସୀପୁର।
୩. ଜୟଶ୍ରୀ ଛକରୁ ବାଲିପାଟଣା ରାଜପଥ — ଭାୟା ଓମ୍‌ଫେଡ୍‌ ଛକ, ଚାରଂପଦା ଓ ନିଆଁଗୋରଡ଼ା।
‘ଜାଗ୍ରତ ଯୁବଶକ୍ତି’ର ସଦସ୍ୟମାନେ ଉକ୍ତ ରାସ୍ତା ଗୁଡ଼ିକର ବର୍ତ୍ତମାନ ସ୍ଥିତି ନିଜେ ଅନୁଧ୍ୟାନ କରିବା ସହ ନିମାପଡ଼ା ପୂର୍ତ୍ତ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଟେଲିଫୋନ୍‌ ଯୋଗେ ଆଲୋଚନା କରିଥିବା ଜଣାପଡ଼ିଛି। ଦୁର୍ଗାପୂଜା ପୂର୍ବରୁ ରାସ୍ତା ଗୁଡ଼ିକର ସ୍ଥାୟୀ ମରାମତି ନକଲେ ଆଗାମୀ ଦିନରେ ଜନଆନ୍ଦୋଳନ ତୀବ୍ର ହେବ ବୋଲି ସଂଗଠନ ପକ୍ଷରୁ ସତର୍କ କରାଯାଇଛି।
ଏହି ଅବସରରେ ‘ଜାଗ୍ରତ ଯୁବଶକ୍ତି’ର ଆବାହକ ଆଦର୍ଶ ଦାଶ, ସଂଯୋଜକ ସମୀର ରଞ୍ଜନ ରାଉତରାୟ, ମୁଖ୍ୟ କାର୍ଯ୍ୟନିର୍ବାହୀ ବିଜୟାନନ୍ଦ ଦାସ, ମୁଖ୍ୟ ଉପଦେଷ୍ଟା ଅଜୟ କୁମାର ମିଶ୍ର, ଲକ୍ଷ୍ମୀଧର ବେହେରା, କୃଷ୍ଣଚନ୍ଦ୍ର ପାତ୍ର, ଅଜୟ କୁମାର ପଣ୍ଡା ଓ ନରେନ୍ଦ୍ର କୁମାର ପଣ୍ଡାଙ୍କ ସମେତ ସଂଗଠନର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ।
ସ୍ଥାନୀୟ ଜନସାଧାରଣଙ୍କ ସୁରକ୍ଷିତ ଯାତାୟାତ ଓ ଦଶହରା ସମୟରେ ବଢ଼ୁଥିବା ଯାନବାହନ ଚଳାଚଳକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ବିଭାଗ ତୁରନ୍ତ ପଦକ୍ଷେପ ନେବାକୁ ସଂଗଠନ ଦାବି କରିଛି।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *