ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ଆସିଥିଲ ଦିନେ ବଧୁବେଶ ହୋଇ

ଆସିଥିଲ ଦିନେ ବଧୁବେଶ ହୋଇ

ଶକୁନ୍ତଳା ଓଝା

ଆସିଥିଲ ଦିନେ ବଧୁ ବେଶ ହୋଇ
ବଧୁବେଶେ ଗଲ ଚାଲି
ତୁମ ବିନା ଶୂନ୍ୟ ମୋ ମନ ଅଗଣା
ଲାଗେ ଭାରି ଖାଲି ଖାଲି

ସିନ୍ଦୁର ପିନ୍ଧାଇ ବେଦୀରେ ତୁମକୁ
ବରିଲି ଜୀବନ ସାଥୀ
ହେଲେ ଏକା କରି ତୁମେ ଛାଡ଼ିଗଲ
ସରେନା ମୋ ଦିନ ରାତି

କଥା ଥିଲା ପରା ସାତ ଜନମକୁ
ପ୍ରିିୟା ଗୋ ଜିଇବା ବୋଲି
ଆସିଥିଲ ଦିନେ ବଧୁବେଶ ହୋଇ
ବଧୁବେଶେ ଗଲ ଚାଲି

ତୁମ ହାତରନ୍ଧା ସେନେହ ପରସା
ସବୁବେଳେ ମନେ ପଡ଼େ
ମନେ ପଡ଼ିଯାଏ ହଜିଲା ଅତୀତ
ମରମରେ ଶୋଷ ବଢ଼େ

ଅହ୍ୟରାଣୀ ହୋଇ ତୁମେ ଜିତିଗଲ
ମୁଁ କିନ୍ତୁ ପାରୁନି ଭୁଲି
ଆସିଥିଲ ଦିନେ ବଧୁ ବେଶ ହୋଇ
ବଧୁବେଶେ ଗଲ ଚାଲି…

କବି ଶକୁନ୍ତଳା ଓଝା, ନୟାପଲ୍ଲୀ, ଭୁବନେଶ୍ୱର

ମୋବାଇଲ ନମ୍ବର 73812 50292

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *