କାକଟପୁର, ୨/୧୦ (ବିଭୂତି ଟିଭି):
ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅକ୍ଟୋବର ୨ ତାରିଖରେ କାକଟପୁର ଥାନା ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଛି।
କାକଟପୁର ଥାନାର ଆଇଆଇସି ବସନ୍ତ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ରକ୍ତଦାନ ଶିବିରରେ ପୋଲିସ କର୍ମଚାରୀ ଓ ସହଯୋଗୀମାନେ ଉତ୍ସାହର ସହ ଯୋଗଦେଇ ରକ୍ତଦାନ କରିଥିଲେ।
ଏହି ଅବସରରେ ପୁରୀ ଏସ୍ପି ପ୍ରତୀକ ସିଂହ, ଅତିରିକ୍ତ ଏସ୍ପି ସଚିନ ପଟେଲ ଏବଂ ଡିଏସ୍ପି ଜନାର୍ଦ୍ଦନ ପାଢ଼ୀ ଯୋଗଦେଇ ଶିବିରକୁ ଉତ୍ସାହିତ କରିଥିଲେ। ସେମାନେ ରକ୍ତଦାନର ମହତ୍ତ୍ୱ ସମ୍ପର୍କରେ ଉପସ୍ଥିତ ରକ୍ତଦାତା ଓ ପୋଲିସ କର୍ମଚାରୀଙ୍କୁ ପ୍ରେରଣା ଦେଇଥିଲେ।
ଶିବିର ପରିଚାଳନାରେ ସହକର୍ମୀ ଏସ୍.କେ. ଅସରଫୁଲ ନୱାଜ ଓ ସରଫରାଜ ଖାନଙ୍କ ସମେତ ଅନ୍ୟମାନେ ସହଯୋଗ କରିଥିଲେ।
ଗାନ୍ଧୀଜୀଙ୍କ ଅହିଂସା, ସେବା ଓ ମାନବିକତାର ଆଦର୍ଶକୁ ମନେ ପକାଇ ଏଭଳି ମାନବସେବାମୂଳକ କାର୍ଯ୍ୟକ୍ରମ ସମାଜ ପାଇଁ ଏକ ସକାରାତ୍ମକ ବାର୍ତ୍ତା ଦେଇଛି।
ସମ୍ବାଦ ସେବା: ବିଭୂତି ଟିଭି (Bibhuti TV)
କାକଟପୁର, ପୁରୀ
ଗାନ୍ଧୀ ଜୟନ୍ତୀ ଅବସରରେ କାକଟପୁର ଥାନା ପକ୍ଷରୁ ରକ୍ତଦାନ ଶିବିର
















Leave a Reply