ସୁବାସ ଚନ୍ଦ୍ର ପ୍ରଧାନ
———+————–
ଖାଉଥାଏ କେତେ ନିନ୍ଦା
ସହେ କେତେ ଅପବାଦ ,
ଚେଷ୍ଟା କରେ ବାନ୍ଧିବାକୁ ଶବ୍ଦର ବନ୍ଧନ
ଭୁଲି ଯାଇ ସବୁ ବନ୍ଧ ।।
କେବେ ମୁଁ ଖୋଜେ ନାହିଁ
କାହା ମନ କେତେ ସ୍ୱଚ୍ଛ କି ଅସ୍ଵଚ୍ଛ
କିଏ ବା ଦେଉ ବା ନ ଦେଉ
ଭରସାର କାନ୍ଧ ,
ଚେଷ୍ଟା କରେ ବାନ୍ଧିବାକୁ ଶବ୍ଦର ବନ୍ଧନ
ଭୁଲିଯାଇ ସବୁ ବନ୍ଧ ।।
ସମାଲୋଚନାର ତୀର ମାଡ଼ରେ
ହୁଏ ପଛେ ଶିକାର
ଥରେ ମାତ୍ର କରେ ନାହିଁ
କାହା ସହ ତର୍କ ,
ଖୋଜେ ନାହିଁ ପରିଚୟ
ସାହିତ୍ୟରେ କରେ ଜୟ
ଭଗ୍ନ ମୂର୍ତ୍ତିକୁ କରେ ସ୍ତୁତି
ଗଢ଼ୁଥାଏ ଭାବର କୋଣାର୍କ ।।
ମୋ ଭାଷା ପାଖୁଡ଼ାର ମହକ
ବିଶ୍ୱ ସାହିତ୍ୟ ସମ୍ବିଧାନେ ଆଣିଦେବ ଚମକ
ମୁଁ ତ ଗୋଟେ ସାମାନ୍ୟ ଶବ୍ଦଶିଳ୍ପୀ
ହେ ମା ମାଟି ମାତୃଭାଷା
ଧମନୀରେ ଥିବା ଯାଏ
ଗତିଶୀଳ ରକ୍ତ
ଛାତିରେ ମୁଁ ଲେଖୁଥିବି ତୁମ ଲିପି
ମୁଁ ତ ଗୋଟେ ସାମାନ୍ୟ ଶବ୍ଦଶିଳ୍ପୀ ।।
ନିମାପଡା, ପୁରୀ
ମୀ – ୯୭୭୮୭୫୪୩୭୭


















Leave a Reply