୧୦୪ ପ୍ରକଳ୍ପରେ ଚମକିଲେ କୁନି ବୈଜ୍ଞାନିକ
ନିମାପଡ଼ା, ୨୯/୯: ନିମାପଡ଼ା ବ୍ଲକ୍ ତଳଅଣ୍ଡିଆସ୍ଥିତ ବେହେରାସାହି ଏକଲବ୍ୟ ଶିକ୍ଷାକେନ୍ଦ୍ର ପରିସରରେ ଆଜି ଉତ୍ସାହ ଓ ଉଦ୍ଦୀପନାର ସହିତ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାକେନ୍ଦ୍ରର କୁନି କୁନି ବୈଜ୍ଞାନିକମାନଙ୍କ ଦ୍ୱାରା ପ୍ରସ୍ତୁତ ନୂତନ ଚିନ୍ତାଧାରା ଓ ବୈଜ୍ଞାନିକ ଦୃଷ୍ଟିକୋଣଭିତ୍ତିକ ବିଭିନ୍ନ ପ୍ରକଳ୍ପ ଏହି ମେଳାରେ ପ୍ରଦର୍ଶିତ ହୋଇଥିଲା।
ପିଙ୍ଗଳାକ୍ଷୀ ପବ୍ଲିକ ୱେଲଫେୟାର ସଂସ୍ଥାର ସାଧାରଣ ସମ୍ପାଦକ ଶ୍ରୀ ଗଗନ ବିହାରୀ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜ୍ଞାନ ମେଳାକୁ ଉଦ୍ଘାଟନ କରିଥିଲେ। ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ଶ୍ରୀ ଲିଙ୍ଗରାଜ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ପି.ପି.ୟୁ.ଓ.ର କୋଷାଧ୍ୟକ୍ଷ ଶ୍ରୀ ପଦ୍ମଲୋଚନ ମହାନ୍ତିଙ୍କ ସମେତ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ। ସଭାକାର୍ଯ୍ୟକୁ ଶ୍ରୀ ବିରଞ୍ଚି ନାରାୟଣ ମିଶ୍ର ପରିଚାଳନା କରିଥିଲେ।
ବିଜ୍ଞାନ ମେଳାରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ମୋଟ ୧୦୪ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ସ୍ୱଚ୍ଛ ଭାରତ, ଟ୍ରାଫିକ ସଚେତନତା, ମହାକାଶ ବିଜ୍ଞାନ, ବାୟୁ ପ୍ରଦୂଷଣ, ଜଳ ପ୍ରଦୂଷଣ, ଶବ୍ଦ ପ୍ରଦୂଷଣ, ମୃତ୍ତିକା ପ୍ରଦୂଷଣ ଓ ଆଧୁନିକ କୃଷି ଭଳି ବିଭିନ୍ନ ବିଷୟ ଉପରେ ପ୍ରସ୍ତୁତ ପ୍ରକଳ୍ପଗୁଡ଼ିକ ଦର୍ଶକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଥିଲା।
ପ୍ରକଳ୍ପଗୁଡ଼ିକର ମୂଲ୍ୟାୟନ ନିରୀକ୍ଷକ ଭାବେ ଶ୍ରୀ ନିର୍ମଳ ମିଶ୍ର ଓ ଶ୍ରୀ ଦେବାଶିଷ ପତି କରିଥିଲେ। ମୂଲ୍ୟାୟନ ପରେ ୧୦ଟି ପ୍ରକଳ୍ପକୁ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ କରାଯାଇଛି।
ଏହି ଅବସରରେ ଶିକ୍ଷାକେନ୍ଦ୍ରର ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ସହ ବହୁ ସଂଖ୍ୟକ ଅଭିଭାବକ ଉପସ୍ଥିତ ରହି କୁନି ବୈଜ୍ଞାନିକମାନଙ୍କର ପ୍ରତିଭାକୁ ଉତ୍ସାହିତ କରିଥିଲେ।
— ବିଭୂତି ଟିଭି, ନିମାପଡ଼ା



















Leave a Reply