ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ପିଙ୍ଗଳାଖି ୱେଲଫେୟାର ଅର୍ଗାନାଇଜେସନର ପ୍ରତିଷ୍ଠାତା ରାଜକିଶୋର ସବୁତଙ୍କ ଷଷ୍ଠ ଶ୍ରାଦ୍ଧ ବାର୍ଷିକୀ ପାଳିତ

ନିମାପଡ଼ା: ପିଙ୍ଗଳାଖି ୱେଲଫେୟାର ଅର୍ଗାନାଇଜେସନ, ନିମାପଡ଼ାର ପ୍ରତିଷ୍ଠାତା ତଥା ବିଶିଷ୍ଟ ଶିକ୍ଷାବିତ ଓ ସମାଜସେବୀ ସ୍ୱର୍ଗତ ରାଜକିଶୋର ସବୁତଙ୍କ ଷଷ୍ଠ ଶ୍ରାଦ୍ଧ ବାର୍ଷିକୀ ଶ୍ରଦ୍ଧା ଓ ସମ୍ମାନର ସହ ପାଳିତ ହୋଇଯାଇଛି।

ଏହି ଅବସରରେ ଆୟୋଜିତ ସ୍ମୃତିସଭାରେ ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗଦେଇ ସ୍ୱର୍ଗତ ରାଜକିଶୋର ସବୁତଙ୍କ ସ୍ମୃତିଚାରଣ କରିଥିଲେ। ଅତିଥିମାନେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ସ୍ୱର୍ଗତ ସବୁତ ଜଣେ ଶିକ୍ଷାବିତ ଓ ସମାଜସେବୀ ଭାବେ ନିମାପଡ଼ା ଅଞ୍ଚଳରେ ଶିକ୍ଷା ଓ ସମାଜସେବା କ୍ଷେତ୍ରରେ ଅବଦାନ ରଖିଥିବା ବକ୍ତାମାନେ ସ୍ମରଣ କରିଥିଲେ। ତାଙ୍କ ଆଦର୍ଶ ଓ ସମାଜସେବାର ଧାରାକୁ ଆଗକୁ ନେବା ପାଇଁ ସମସ୍ତେ ଆହ୍ୱାନ ଦେଇଥିଲେ।

ଏହି ସ୍ମୃତିସଭାରେ ଶିକ୍ଷାବିତ୍ ନିର୍ମଳ ମିଶ୍ର, ଡ. ପ୍ରଭାତ କୁମାର ମିଶ୍ର, ଅବସରପ୍ରାପ୍ତ ଅଧ୍ୟାପକ ଡ. ରବିନାରାୟଣ ସାହୁ, ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ କୁମାର ସାହୁ, ଆଡଭୋକେଟ୍ ଦିଲ୍ଲୀପ ପଟ୍ଟନାୟକ, ଶିକ୍ଷକ ଶ୍ରୀନାଥ ଶତପଥୀ, ଶିକ୍ଷକ ଦେବାଶିଷ ପତି, ଅବସରପ୍ରାପ୍ତ ଏବିଓ ସୌଦାମିନୀ ଦାଶ, ସମ୍ପାଦକ ଗଗନ ବିହାରୀ ଦାସ, କୋଷାଧ୍ୟକ୍ଷ ପଦ୍ମଲୋଚନ ମହାନ୍ତି ,ପିଙ୍ଗଳାଖି ୱେଲଫେୟାର ଅର୍ଗାନାଇଜେସନର ସଦସ୍ୟ ପବିତ୍ର ମୋହନ ମହାପାତ୍ରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

ସମସ୍ତ ଅତିଥି ସ୍ୱର୍ଗତ ରାଜକିଶୋର ସବୁତଙ୍କ ଅମର ସ୍ମୃତି ପ୍ରତି ଶ୍ରଦ୍ଧା ଜ୍ଞାପନ କରିବା ସହ ତାଙ୍କ ସମାଜସେବାମୂଳକ କାର୍ଯ୍ୟଧାରାକୁ ଆଗକୁ ନେବା ନେଇ ମତ ପ୍ରକାଶ କରିଥିଲେ।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *