ଆଭାସୀ ମାଧ୍ୟମରେ ଜିଲ୍ଲାର ୭ଟି ଧାନ କ୍ରୟ କେନ୍ଦ୍ରର ଭିତ୍ତିଭୂମି ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
ଜଗତସିଂହପୁର (BT)୨୬/୦୯: ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଜିଲ୍ଲାସ୍ତରୀୟ ଶୁଭାରମ୍ଭ ଅନୁଷ୍ଠିତ ହୋଇଛି। ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଆଭାସୀ ମାଧ୍ୟମରେ ଜିଲ୍ଲାର ୭ଟି ଧାନ କ୍ରୟ କେନ୍ଦ୍ରର ଭିତ୍ତିଭୂମି ସ୍ଥାପନ କରିଛନ୍ତି।
ଚାଷୀମାନଙ୍କୁ ସମବାୟ ବ୍ୟବସ୍ଥା ସହ ଅଧିକ ସଂଯୋଜିତ କରିବା, ସମବାୟ ସଂସ୍ଥାଗୁଡ଼ିକୁ ସୁଦୃଢ଼ କରିବା ଏବଂ ଚାଷୀଙ୍କୁ ଧାନ ବିକ୍ରୟ ପାଇଁ ଆବଶ୍ୟକ ସୁବିଧା ଯୋଗାଇଦେବା ଦିଗରେ ଏହି ଅଭିଯାନର ଗୁରୁତ୍ୱ ରହିଛି।
ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୭ଟି ଧାନ କ୍ରୟ କେନ୍ଦ୍ରର ଭିତ୍ତିଭୂମି ସ୍ଥାପନ ହେବା ଦ୍ୱାରା ଜିଲ୍ଲାର ଚାଷୀମାନଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି। ଧାନ କ୍ରୟ ବ୍ୟବସ୍ଥାକୁ ଅଧିକ ସୁବ୍ୟବସ୍ଥିତ ଓ ସୁଗମ କରିବାରେ ଏହି କେନ୍ଦ୍ରଗୁଡ଼ିକ ସହାୟକ ହେବ ବୋଲି ଆଶା ପ୍ରକାଶ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭାପତି, ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ), ଅତିରିକ୍ତ ଜିଲ୍ଲାପାଳ (ପାରାଦୀପ), ଉପଜିଲ୍ଲାପାଳ ଏବଂ ସମବାୟ ଉପନିବନ୍ଧକଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ସମବାୟ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ।
















Leave a Reply