ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ନିମାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଯୋଗାଯୋଗ ଦକ୍ଷତା କର୍ମଶାଳା

ଇ-ମେଲ୍, ବ୍ୟବସାୟିକ ଚିଠି, ସିଭି ଓ ରିଜ୍ୟୁମ୍ ଲେଖନ ଉପରେ ପ୍ରଶିକ୍ଷଣ

ନିମାପଡ଼ା, ୨୨/୯ (ବିଭୂତି ଟିଭି): ନିମାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର କ୍ୟାରିୟର କାଉନସେଲିଂ ଓ ପ୍ଲେସମେଣ୍ଟ ସେଲ୍ ପକ୍ଷରୁ ଛାତ୍ରଛାତ୍ରୀଙ୍କ ଯୋଗାଯୋଗ ଦକ୍ଷତା ବିକାଶ ନିମନ୍ତେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।

ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ରାଜକିଶୋର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାରେ SOA ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଡ. କବିତା କୁମାରୀ ଦାଶ ମୁଖ୍ୟ ପ୍ରଶିକ୍ଷକ ଭାବେ ଯୋଗଦେଇଥିଲେ।

କର୍ମଶାଳାରେ ଛାତ୍ରଛାତ୍ରୀଙ୍କୁ ଇ-ମେଲ୍ ଲେଖନ, ବ୍ୟବସାୟିକ ଚିଠି ଲେଖନ, ସିଭି ଓ ରିଜ୍ୟୁମ୍ ପ୍ରସ୍ତୁତି ସମ୍ପର୍କରେ ବ୍ୟବହାରିକ ତଥ୍ୟ ଓ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଚାକିରି ଓ ଭବିଷ୍ୟତ କ୍ୟାରିୟରରେ ଉତ୍ତମ ଯୋଗାଯୋଗ ଦକ୍ଷତାର ଗୁରୁତ୍ୱ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା।

ଅଧ୍ୟାପକ ମାନସ ରଞ୍ଜନ ସ୍ୱାଇଁ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହ କର୍ମଶାଳାର ଉଦ୍ଦେଶ୍ୟ ଓ ଛାତ୍ରଛାତ୍ରୀଙ୍କ ପାଇଁ ଏହାର ଉପାଦେୟତା ସମ୍ପର୍କରେ ସୂଚନା ଦେଇଥିଲେ। ସ୍ୱପ୍ନାରାଣୀ ମିଶ୍ର ବର୍ତ୍ତମାନ ସମୟରେ ଯୋଗାଯୋଗ ଦକ୍ଷତାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।

ଏହି ଅବସରରେ ଡ. ରବୀନ୍ଦ୍ର ନାଥ ପାଢ଼ୀ ଓ ଡ. ପଦ୍ମାଳୟା ଷଡ଼ଙ୍ଗୀଙ୍କ ସମେତ ମହାବିଦ୍ୟାଳୟର ଅଧ୍ୟାପକ-ଅଧ୍ୟାପିକାମାନେ ଉପସ୍ଥିତ ଥିଲେ। କର୍ମଶାଳାରେ ଶତାଧିକ ଛାତ୍ରଛାତ୍ରୀ ଯୋଗଦେଇ ଏହାର ସୁଯୋଗ ନେଇଥିଲେ।

ସମ୍ବାଦ ସେବା: ବିଭୂତି ଟିଭି (Bibhuti TV)

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *